ଟଲିଉଡରେ ବ୍ୟସ୍ତ ଥିବା ହେତୁ ଏହି ଓଡ଼ିଆ ସିନେମାକୁ ‘ନା’ କହିଥିଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କର ଗତ୍‌ କିଛି ମାସ ହେବ କୌଣସି ସିନେମା ରିଲିଜ୍‌ ହୋଇ ନାହିଁ। ତେବେ ତାଙ୍କ ଅଭିନୀତ ‘ନିମକି’ ଏବେ ମୁକ୍ତି ପ୍ରତୀକ୍ଷାରେ ରହିଛି। ଓଲିଉଡ଼୍‍ରେ ହିରୋଇନ୍‌ ଭାବେ ବର୍ଷା ପ୍ରିୟଦର୍ଶିନୀ ବ୍ରଜରାଜ ମୁଭିଜ୍‌ର ସୁପରହିଟ୍‌ ସିନେମା ‘ଏ ଯୁଗର କୃଷ୍ଣ ସୁଦାମା’ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ।ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି।

ଓଲିଉଡ଼୍‍ର ଜଣାଶୁଣା ପ୍ରଯୋଜକ ସୀତାରାମ ଅଗ୍ରଓ୍ଵାଲ୍‌ ଯେତେବେଳେ ତାଙ୍କ ପ୍ରଯୋଜିତ ପ୍ରଥମ ସିନେମା ‘ପାଗଳ କରିଛି ପାଉଁଜି ତୋ’ର ନିର୍ମାଣ କରିଥିଲେ,ସେତେବେଳେ ସେ ଏହି ଫିଲ୍ମର ନାୟିକା ଭୂମିକା ଲାଗି ବର୍ଷାଙ୍କୁ ଅଫର୍‌ ଦେଇଥିଲେ। ହେଲେ ବର୍ଷା ଟଲିଉଡ଼୍‍ (ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରି)ରେ ଅଧିକ ସକ୍ରିୟ ଥିବା ହେତୁ ସେଥିପାଇଁ ସମୟ ବାହାର କରିନଥିଲେ। ଫଳତଃ ପ୍ରଯୋଜକ ସୀତାରାମ ଅଗ୍ରଓ୍ଵାଲ୍‌ ଓ ନିର୍ଦ୍ଦେଶକ ସଂଜୟ ନାୟକ ସେହି ସିନେମାରେ ଅର୍ଚ୍ଚିତାଙ୍କୁ ନେଇଥିଲେ।

ଏଥିରେ ସବ୍ୟସାଚୀ ଓ ବୁଦ୍ଧାଦିତ୍ୟ ଥିଲେ ନାୟକ ଭୂମିକାରେ।‘ପାଗଳ କରିଛି ପାଉଁଜି ତୋ’ର ’୨୦୦୯ରେ ରିଲିଜ୍‌ ହୋଇଥିଲା।ଏହି ସିନେମାପାଇଁ ନିର୍ଦ୍ଦେଶକ ସଂଜୟ ନାୟକ ପ୍ରଥମ ଥରଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ।

ସମ୍ବନ୍ଧିତ ଖବର