ନିଶ୍ୱାସ ନେବାରେ ଅସୁବିଧା ହେବାରୁ ଡ଼ାକ୍ତରଖାନାରେ ଭର୍ତ୍ତି ହେଲେ ବିପାଶା
ମୁମ୍ବାଇ : ବଲିଉଡ଼୍ର ଲୋକପ୍ରିୟ ଅଭିନେତ୍ରୀ ବିପାଶା ବସୁଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଶ୍ୱାସକ୍ରିୟାରେ ଅସୁବିଧା ଅନୁଭବ ହେବାରୁ ତାଙ୍କୁ ଚିକିତ୍ସା ଲାଗି ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ପ୍ରାୟ ସପ୍ତାହେ ହେବ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ ହେଉଥିବା ବେଳେ ଏହି ସମସ୍ୟା ଅଧିକ ବଢ଼ିଯିବାରୁ ତାଙ୍କୁ ହିନ୍ଦୁଜା ହେଲ୍ଥକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ ବିପାଶା ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟକୁ ଯାଇ ହସ୍ପିଟାଲ ବେଡ଼୍ରେ ବସିଥିବାର ଏକ ଫଟୋ ସେୟାର କରିବା ସହ ନିଜ ଶାରୀରିକ ସମସ୍ୟା ବିଷୟରେ ତାଙ୍କ ପ୍ରଶଂସକମାନଙ୍କୁ ଜଣାଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଆଗରୁ ବିପାଶା ଏବଂ ତାଙ୍କ ସ୍ୱାମୀ ଅଭିନେତା କରଣ ସିଂ ଗ୍ରୋଭର ହସ୍ପିଟାଲ ଯାଉଥିବାର ଦେଖିବାକୁ ମିଳିଥିଲା । ଏହା ଦେଖି ଦୁଇ ଜଣ ନିଜର ପ୍ରଥମ ପିଲା ପାଇଁ ଯୋଜନା କରୁଛନ୍ତି ବୋଲି ଲୋକେ କହିବା ଆରମ୍ଭ କରି ଦେଇଥିଲେ । କିନ୍ତୁ ଏବେ ପ୍ରକୃତ କଥା ସାମ୍ନାକୁ ଆସିଛି । ତାଙ୍କର ଶ୍ୱାସଜନିତ ସମସ୍ୟା ଥିବାରୁ ସେ ହସ୍ପିଟାଲ ଯାଉଥିଲେ ବୋଲି ଏବେ ସ୍ପଷ୍ଟ ହୋଇଛି । ଆଗରୁ ସେ ପ୍ରତି ଦିନ ହସ୍ପିଟାଲ ଯାଇ ଚିକିତ୍ସା କରାଉଥିବା ବେଳେ ଏବେ ଡ଼ାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।