‘ମୁଁ ୩୦୮ ମହିଳାଙ୍କ ସହ ଶୋଇଛି, ଦେହଜୀବୀମାନଙ୍କୁ ହିସାବ କରିବି?’ ଏଭଳି ଆପତ୍ତିଜନକ ସଂଳାପ ହେତୁ ଅଡୁଆରେ ‘ସଞ୍ଜୁ’ 

ମୁମ୍ବାଇ: ଆସନ୍ତା ୨୯ ତାରିଖରେ ପ୍ରେକ୍ଷାଳୟରେ ଦେଖିବାକୁ ମିଳିବ ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ସଞ୍ଜୁ’। ଏଥିରେ ସଞ୍ଜୟଙ୍କ ଭୂମିକା ନିଭାଇଛନ୍ତି ରଣବୀର କପୁର୍‌। ରଣବୀରଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଅନୁଷ୍କା ଶର୍ମା। ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ମାତ୍ର କିଛି ଦିନ ପୂର୍ବରୁ ବିବାଦରେ ଆସିଛି। ଚଳଚ୍ଚିତ୍ରଟିରେ ଦେହଜୀବୀମାନଙ୍କ ଉପରେ ଅଭିନେତା ରଣବୀର ଏକ ଆପତ୍ତିଜନକ ମତ ରଖି ବିବାଦ ଘେର ଭିତରକୁ ଆସିଛନ୍ତି। ନିୀକଟରେ ରିଲିଜ୍‌ ହୋଇଥିବା ‘ସଞ୍ଜୁ’ ଟେଲର୍‌ର ଏକ ଦୃଶ୍ୟରେ ରଣବୀରଙ୍କର ସଂଳାପ ରହିଛି ‘ମୁଁ ଇତିମଧ୍ୟରେ ୩୦୮ ମହିଳାଙ୍କ ସହ ଶୋଇ ସାରିଛି? ତୁମେ ଚାହୁଁଛ କି ମୁଁ ଦେହଜୀବୀମାନଙ୍କୁ ବି ହିସାବ କରିବି?’ ଏହି ବାକ୍ୟକୁ ନେଇ ଅଡୁଆରେ ଉଭୟର ରଣବୀର ଓ ଅନୁଷ୍କା।

ଦେହଜୀବୀମାନଙ୍କୁ ଏଭଳି ଭାବେ ତୁଚ୍ଛ କରି ପ୍ରଦର୍ଶିତ କରାଯାଇଥିବା ହେତୁ ନ୍ୟାସ୍‌ନାଲ୍‌ କମିସନ୍‌ ଫର୍‌ ଓମେନ୍‌ରେ ରଣବୀର ଓ ଅନୁଷ୍କାଙ୍କ ବିରୋଧରେ ଏକ ଅଭିଯୋଗ ହୋଇଛି। ନିର୍ଦ୍ଦେଶକ ରାଜ କୁମାର ହିରାନିଙ୍କ ବିରୋଧରେ ବି ଅଭିଯୋଗ ହୋଇଥିବା ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ‘ସଞ୍ଜୁ’ ଚଳଚ୍ଚିତ୍ରରେ ରଣବୀର, ଅନୁଷ୍କାଙ୍କ ବ୍ୟତିତ ପ୍ରମୁଖ ଭୂମିକାରେ ଅଛନ୍ତି କରିସ୍ମା ତନ୍ନା, ସୋନମ କପୁର୍‌, ଦିଆ ମିର୍ଜା, ପରେଶ ରାଓଲ୍‌, ମନୀଷା କୋଇରାଲା ଇତ୍ୟାଦି।

ସମ୍ବନ୍ଧିତ ଖବର