ଉର୍ମିଳାଙ୍କ ଖଞ୍ଜଣୀ ବଜାଉଥିବା ଫଟୋ ଭାଇରାଲ ହେବା ପରେ ଲୋକେ କହିଲେ; କିଛି ଦିନ ପରେ ତମେ ଏହି କାମ କରୁଥିବାର ନଜର ଆସିବ

0

ମୁମ୍ବାଇ : ମୁମ୍ବାଇର ନର୍ଥ ଆସନରୁ କଂଗ୍ରେସ ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ଊର୍ମିଳା ମାତୋଣ୍ଡକର । କଂଗ୍ରେସରେ ସାମିଲ ହେବା ପରେ ତାଙ୍କର ଏଭଳି ପଦକ୍ଷେପକୁ ଅଧାରୁ ଅଧିକ ଲୋକ ନାପସନ୍ଦ କରିଥିବା ଦେଖା ଯାଇଥିଲା । କିଛି ଦିନ ତଳେ ଅନ୍ୟକୁ ପଚାରି ପଚାରି ଭାଷଣ ଦେଉଥିବାରୁ ଲୋକେ ତାଙ୍କୁ ଟ୍ରୋଲ କରିଥିଲେ । ଏବେ ତାଙ୍କର ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି ।

SuperNewsWorld

ଫଟୋରେ ଉର୍ମିଳା ମାତୋଣ୍ଡକର ଖଞ୍ଜଣୀ ବଜାଉଥିବା ଦେଖା ଯାଇଛି । ତାଙ୍କର ଏହି  ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଲୋକମାନେ କିଛି ଦିନ ପରେ ତୁମେ ଏହି କାମ କରିବ ବୋଲି କହି ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଜଣେ ବ୍ୟବହାରକାରୀ, ଉର୍ମିଳାଜୀ ଆପଣ ଅଭିନୟରେ ବି ଜିରୋ ଏବଂ ରାଜନୀତିରେ ବି ଜିରୋ ବୋଲି ଲେଖିଥିବା ବେଳେ ଆଉ ଜଣେ ବ୍ୟବହାରକାରୀ ମୁସ୍‌ଲିମ୍‌ଙ୍କୁ ବିବାହ କରିବାର ପ୍ରଭାବ ତ ଦେଖାଯିବ ବୋଲି ଲେଖିଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.