ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦ୍ୟୁକନ୍ଙ୍କ ଅଭିନୀତ ଫିଲ୍ମ ‘ପଦ୍ମାବତୀ’କୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବେଳେ ନିକଟରେ ଏହାର ରିଲିଜ୍ ହୋଇଯାଇଛି। ଟ୍ରେଲର୍ ଦେଖିବା ପରେ ଏବେ କେବଳ ଦର୍ଶକ ନୁହନ୍ତି ବରଂ ସମଗ୍ର ବଲିଉଡ୍ ଇଣ୍ଡଷ୍ଟ୍ରି ମଧ୍ୟ ଏହି ଫିଲ୍ମକୁ ସମଗ୍ର ରୂପେ ଦେଖିବା ବ୍ୟାକୁଳ ହୋଇ ପଡ଼ିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ, ଫିଲ୍ମ ‘ପଦ୍ମାବତୀ’ରେ ରାଣୀ ପଦ୍ମାବତୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ସୁନ୍ଦରୀ ଆକ୍ଟ୍ରେସ୍ ଦୀପିକା ପାଦ୍ୟୁକନ୍ଙ୍କ ଠାରୁ ଆରମ୍ଭ କରି ଅଭିନେତା ସାହିଦ୍ କପୁର୍ ଓ ରଣବୀର୍ ସିଂହଙ୍କର ଲୁକ୍ ପ୍ରଶଂସନୀୟ ହୋଇପାରିଛି। ବଲିଉଡ୍ର କ୍ୟୁଟ୍ଗାର୍ଲ ତଥା ସୁନ୍ଦରୀ ଅଭିନେତ୍ରୀ ଅଲିୟା ଭଟ୍ଟ କିନ୍ତୁ ରାଣୀ ପଦ୍ମାବତୀ ଅର୍ଥାତ୍ ଦୀପିକାଙ୍କ ଲୁକ୍କୁ ଅଧିକ ପସନ୍ଦ କରିଛନ୍ତି। ସେ ଦୀପିକାଙ୍କ ଉଦ୍ଦେଶ୍ୟରେ ତାଙ୍କର ଟ୍ଵିଟର୍ ଆକାଉଣ୍ଟରେ ଏକ ଟ୍ଵିଟ୍ ମଧ୍ୟ କରିଛନ୍ତି। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ତାଙ୍କୁ ଦୀପିକାଙ୍କ ଚରିତ୍ରଟି ବହୁତ ଭଲ ଲାଗୁଛି। ଏଥିସହିତ ଦୀପିକା ଉକ୍ତ ଚରିତ୍ରରେ ରାଣୀ ଭଳି ସୁନ୍ଦର ଦେଖାଯାଉଥିବା କଥା କହିବା ସଂଗେ ସଂଗେ, ସେ ଚାହିଁଲେ କେବେହେଲେ ବି ତାଙ୍କ ତଦୁଳନୀୟ ହୋଇ ପାରିବେ ନାହିଁ; କିମ୍ବା ତାଙ୍କ ଭଳି ଅଭିନୟ କରିପାରିବେ ନାହିଁ ବୋଲି କହିବା ସହ ଦୀପିକାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଆଲିୟା। ଆଉ ସେ ଫିଲ୍ମର ରିଲିଜ୍ ଡେଟ୍କୁ ଚାତକ ଭଳି ଅପେକ୍ଷା କରିଥିବା କଥା ବି ଟୁଇଟ୍ କରିଛନ୍ତି।
ତେବେ ଦୀପିକା ବି ଆଲିୟାଙ୍କର ଏହି ଟୁଇଟ୍ର ରିପ୍ଲାଏ ନିଜ ଅନ୍ଦାଜରେ ଦେବା ସହିତ ଆଲିୟାଙ୍କୁ ଆଲୁ ନାମରେ ସମ୍ବୋଧନ କରିଛନ୍ତି।
ତେବେ ସୂତ୍ର ଅନୁସାରେ ଡାଇରେକ୍ଟର ସଂଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ତଥା ଅଭିନେତ୍ରୀ ଦୀପିକା ପାଦ୍ୟୁକନ୍, ଅଭିନେତା ରଣବୀର୍ ସିଂହ ଓ ସାହିଦ୍ କପୁର୍ଙ୍କ ଷ୍ଟାରର୍ ଫିଲ୍ମ ‘ପଦ୍ମାବତୀ’ ଆସନ୍ତା ଡିସେମ୍ବର ୧ ତାରିଖରେ ଦେଶର ସମସ୍ତ ପ୍ରେକ୍ଷାଳୟରେ ରିଲିଜ୍ ହେବ।