ଦୀପିକା ପାଦୁକୋନଙ୍କୁ ସ୍ୱାଗତ କରିଲେ ‘୮୩’ର ଟିମ୍‌

ମୁମ୍ବାଇ: ନିର୍ଦ୍ଦେଶକ କବୀର୍‌ ଖାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘୮୩’, ଯାହାକି ୧୯୮୩ ମସିହାରେ କପିଲ୍‌ ଦେବଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟର ଐତିହାସିକ ବିଜୟ ଉପରେ ଆଧାରିତ ଅଟେ। ଏହା ୨୦୨୦ ରେ ରିଲିଜ୍‌ ହେବ।ଏଥିରେ ଅଭିନେତା ରଣବୀର ସିଂହ ଅଧିନାୟକ କପିଲ ଦେବଙ୍କ ଚରିତ୍ରରେ ଅଭିନୟ କରୁଥିବା ବେଳେ,ଅନ୍ୟାନ୍ୟ ଭୂମିକାରେ ଆର ବଦ୍ରି,ହୈରାଡୀ ସଂଧୁ,ଚିରାଗ ପାଟିଲ,ସାକିବ ସଲୀମ୍‌, ପଂକଜ ତ୍ରପାଠୀ,ତାହିର ଭସିନ,ଏମି ବିର୍କ ଏବଂ ସାହିଲ ଖଟ୍ଟର ପ୍ରମୁଖ ଅଭିନୟ କରୁଛନ୍ତି।

ସୂଚନା ଅନୁଯାୟୀ ଫିଲ୍ମ ‘୮୩’ର ସଂପୂର୍ଣ୍ଣ ଟିମ୍‌ ଏବେ ଏହାର ସୁଟିଂ ପାଇଁ ଗ୍ଲାସଗୋରେ ବ୍ୟସ୍ତ ଥିବାବେଳେ ଏହି ସମୟର କିଛି ଫଟୋ ଓ ଭିଡିଓ ଇଣ୍ଟରନେଟ୍‌ରେ ଛାଇ ହୋଇଯାଇଛି। ଏଥିସହିତ ଫିଲ୍ମର ସୁଟିଂରେ କଳାକାରମାନଙ୍କର କ୍ରିକେଟ୍‌ ପାଇଁ କରୁଥିବା ଅଭ୍ୟାସ୍‌ ବେଳର ଭିଡିଓ ବି ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଛି। ତେବେ ଏହାମଧ୍ୟରେ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ମଧ୍ୟ ଫିଲ୍ମ‘୮୩’ର ଟିମ୍‌ରେ ସାମିଲ୍‌ ହୋଇଛନ୍ତି। ଏହି ଫିଲ୍ମକୁ ନେଇ ଟିମ୍‌ର ପ୍ରତ୍ୟେକ ସଦସ୍ୟ ଖୁବ୍‌ ଉତ୍ସାହିତ ଥିବା ସଂଗେସଂଗେ ଭାଉଜ ଦୀପିକାଙ୍କୁ ଟିମ୍‌ରେ ସ୍ୱାଗତ କରିବା ଲାଗି ଫିଲ୍ମର କିଛି କାହାଣୀ ଇନ୍‌ଷ୍ଟାଗ୍ରାମ୍‌ରେ ସେଆର୍‌ କରିଛନ୍ତି।

photo–asian age

ଏଥିରେ ଦୀପିକାଙ୍କୁ ଦର୍ଶକ ଏଥିରେ କପିଳ ଦେବଙ୍କ ପତ୍ନୀ ରୋମି ଭାଟିଆଙ୍କ ଚରିତ୍ରରେ ଅଭିନେତା ରଣବୀର ସିଂହଙ୍କ ବିପକ୍ଷରେ ଦେଖିବାକୁ ପାଇବେ।

ସମ୍ବନ୍ଧିତ ଖବର