ସାଙ୍ଗର ବିବାହରେ ଧମାଲ କରିବା ପରେ ବିଗିଡ଼ିଲା ଦୀପିକାଙ୍କ ସ୍ବାସ୍ଥ୍ୟାବସ୍ଥା, ଫଟୋ ସେୟାର କରି ଦେଲେ ସୂଚନା
ମୁମ୍ବାଇ : ସାଙ୍ଗର ବିବାହ ସମସ୍ତଙ୍କ ପାଇଁ ଖାସ୍ ହୋଇଥାଏ। ନିଜ ସାଙ୍ଗର ବିବାହରେ ମନ ଖୋଲି ମଜା କରିବାର ସ୍ବପ୍ନ ସବୁ ସାଙ୍ଗମାନଙ୍କର ଥାଏ। କିନ୍ତୁ ମଜା କରିବା ପରେ କେଉଁ ସମସ୍ୟା ଦେଇ ଗତି କରିବାକୁ ପଡ଼େ ତାହା ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କଠାରୁ ଅଧିକ କେହି ବୁଝି ପାରିବେ ନାହିଁ। କାରଣ କିଛି ଦିନ ତଳେ ସେ ନିଜର ବନ୍ଧୁ ଉର୍ବଶୀ କେଶୱାନିଙ୍କ ବିବାହରେ ଯୋଗ ଦେଇଥିଲେ। ସ୍ବାମୀ ରଣବୀରଙ୍କ ସହ ଯୋଗ ଦେଇ ସେ ଖୁବ୍ ମସ୍ତି କରିଥିବାର ଦେଖାଯାଇଥିଲା। କିନ୍ତୁ ଏବେ ବିବାହ ଶେଷ ହେବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିବା ଜଣା ପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଦୀପିକା ନିଜ ଇନଷ୍ଟା ଷ୍ଟୋରିରେ ନିଜର ଫଟୋ ସେୟାର କରି ଏ ନେଇ ସୂଚନା ଦେଇଛନ୍ତି। ବିନା ମେକ୍ ଅପର ଫଟୋ ସେୟାର କରି ଦୀପିକା ଲେଖିଛନ୍ତି, ଯେତେବେଳେ ଆପଣ ନିଜର ଭଲ ବନ୍ଧୁଙ୍କ ବିବାହରେ ଟିକେ ଅଧିକ ମସ୍ତି କରି ନିଅନ୍ତି….। ଏହି ଫଟୋରେ ଦୀପିକା ଥକି ଯାଇଥିବା ଭଳି ନଜର ଆସୁଥିବା ବେଳେ ମୁହଁ ପାଖରେ ଥର୍ମୋମିଟର ରଖିଥିବା ଦେଖାଯାଇଛି। କିଛି ଦିନ ତଳେ ବିବାହର ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ରଣବୀର-ଦୀପିକା ସାଥୀରେ ନାଚୁଥିବା ବେଳେ ରଣବୀର ନିଜ ଫିଲ୍ମ ଗଲି ବଏର ଗୀତ ଗାଉଥିବାର ଦେଖାଯାଇଥିଲା।