ଦିବ୍ୟାଙ୍କାଙ୍କ ଧାରାବାହିକ ବନ୍ଦ କରିବାକୁ କହିଲେ ଫ୍ୟାନ୍,ଜବାବରେ ତୁମେ ଦେଖ ନାହିଁ ବୋଲି କହିଲେ ଏକତା କପୁର
ମୁମ୍ବାଇ : ସୋସିଆଲ ମିଡ଼ିଆରେ ଷ୍ଟାରପ୍ଲସ୍ର ସବୁଠାରୁ ଚର୍ଚ୍ଚିତ ଧାରାବାହିକ ‘ୟେ ହୈ ମୋହବତେଁ’ର ପ୍ରସାରଣ ବନ୍ଦ କରିବା ପାଇଁ ଲୋକେ କହିବା ଆରମ୍ଭ କରିଛନ୍ତି । ଏମିତିକି ସୋସିଆଲ ମିଡ଼ିଆରେ ଏହି ଧାରାବାହିକକୁ ବନ୍ଦ କରିବା ପାଇଁ #yhm ମଧ୍ୟ ଲୋକେ ଲେଖିବା ଆରମ୍ଭ କରିଛନ୍ତି । କିଛି ଦିନ ଏପରି ହେବା ଦେଖି ଶେଷରେ ମୁହଁ ଖୋଲିଛନ୍ତି ଧାରାବାହିକର ପ୍ରଯୋଜକ ଏକତା କପୁର । ଜଣେ ଟ୍ଵିଟର ବ୍ୟବହାରକାରୀ ଏହି ଧାରାବାହିକକୁ ବନ୍ଦ କରିଦିଆଯାଉ ବୋଲି କହିଥିବା ବେଳେ ଏକତା ତାଙ୍କୁ ‘ୟେ ହୈ ମୋହବତେଁ’ ଦେଖ ନାହିଁ ବୋଲି କହିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
For once I’ll say it my frns!Instead of hash tagging #endyhm stop watching it!!All stories will not go as u wish as an audience !! I love my tv audience I value ur opinion Bt our creatives work with ratings n tv norms! This is for show fan groups!Love n respect always https://t.co/b6YMht9kFt
— Ekta Kapoor (@ektaravikapoor) May 25, 2018
ଯଦି ଆପଣଙ୍କୁ ପସନ୍ଦ ଆସୁ ନାହିଁ ତେବେ ଆପଣ ଏହାକୁ ଦେଖନ୍ତୁ ନାହିଁ । କିନ୍ତୁ ଯେଉଁମାନଙ୍କୁ ଏହା ଖୁବ୍ ପସନ୍ଦ ସେମାନଙ୍କ ପାଇଁ ଆମକୁ ଏହି ଧାରାବାହିକ ଆଗକୁ ନେବାକୁ ପଡ଼ିବ । ଏହା ସହ ଏହି ଧାରାବାହିକର ରେଟିଙ୍ଗ ଏବେ ବହୁତ ଭଲ ଅଛି । ଯେଉଁମାନଙ୍କୁ ଏହି ଧାରାବାହିକ ଦେଖିବାକୁ ଭଲ ଲାଗୁ ନାହିଁ । ଦୟାକରି #yhm ଲେଖିବା ପୂର୍ବରୁ ଧାରାବାହିକକୁ ଦେଖିବା ଛାଡ଼ି ଦିଅନ୍ତୁ । ସୂଚନା ମୁତାବକ, ଧାରାବାହିକରେ ଚାଲୁଥିବା କାହାଣୀ ଏବେ ଦର୍ଶକଙ୍କୁ ପସନ୍ଦ ଆସୁ ନାହିଁ । କାହାଣୀରେ କିଛି ନୂଆ ନ ଥିବା ବେଳେ ଗୋଟେ ଜିନିଷକୁ ବିଭିନ୍ନ ଆକାରରେ ଦେଖା ଯାଉଥିବାରୁ ଏ ନେଇ ଦର୍ଶକମାନେ ବିରକ୍ତି ପ୍ରକାଶ କରିଛନ୍ତି ।