ନୂଆଦିଲ୍ଲୀ : ଏକ ସମୟ ଥିଲା ଯେତେବେଳେ ସାରା ଦୁନିଆ ୟୋ ୟୋ ହନି ସିଂ ବୋଲି ରଟି ହେଉଥିଲା । ଛୋଟରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ହନି ସିଂଙ୍କ ଗୀତର ପ୍ରଶଂସକ ପାଲଟି ଥିଲେ । ବଲିଉଡ଼ର କୌଣସି ସଂଙ୍ଗୀତ ହନି ସିଂ ଙ୍କ ର୍ୟାପ ବିନା ପୂରା ହେଉ ନଥିଲା । କିନ୍ତୁ ହଠାତ୍ ତାଙ୍କର ମଦ୍ୟପାନ ଅଭ୍ୟାସ ତାଙ୍କ ପାଇଁ କାଳ ସାଜିଲା । ହନି ସିଂଙ୍କ ଶରୀର ଅସୁସ୍ଥ ହେବାରୁ ସେ ବଲିଉଡ୍ ମ୍ୟୁଜିକ୍ ଇଣ୍ଡଷ୍ଟି୍ରରୁ ଉଭାନ ହୋଇଯାଇଥିଲେ । ତେବେ ୨ ବର୍ଷ ପରେ ‘ସୋନୁ କି ଟିଟୁ କି ସ୍ୱିଟି’ ଚଳଚ୍ଚିତ୍ରରେ ‘ଦିଲ ଚୋରି ସାଡ଼ା ହୋଗୟା’ ଗୀତ ମାଧ୍ୟମରେ ସେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତେବେ ତାଙ୍କ ପ୍ରତ୍ୟାବର୍ତ୍ତନ ପୁଣି ଥରେ ବଲିଉଡରେ ହଲଚଲ୍ ଆଣିଛି । ୟୁଟ୍ୟୁବ୍ରେ ତାଙ୍କର ଏହି ଗୀତକୁ ବର୍ତ୍ତମାନ ୨୦ କୋଟିିରୁ ଅଧିକ ଲୋକ ଦେଖିସାରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଦୁଇ ବର୍ଷର ବ୍ୟବଧାନ ମଧ୍ୟରେ ହନି ସିଂଙ୍କ ନାମରେ ଅନେକ କଥା ଶୁଣିବାକୁ ମିଳିଥିଲା । ତେବେ ଏହି ମଧ୍ୟରେ ବଲିଉଡ଼ରେ ଅନେକ ର୍ୟାପର ମଧ୍ୟ ଆସିଥିଲେ । ତେବେ ସେମାନେ ମଧ୍ୟ ବେଶ୍ ଭଲ ଭଲପାଇବା ହାସଲ କରିଥିଲେ । ଏହା ପରେ ମଧ୍ୟ ହନି ସିଂ ପ୍ରମାଣିତ କରିଛନ୍ତି ସେ ହେଉଛନ୍ତି ବଲିଉଡ଼ର ଏକ ନମ୍ବର ର୍ୟାପର । ତାଙ୍କର ସ୍ଥାନ କେହି ମଧ୍ୟ ନେଇ ପାରିବେ ନାହିଁ । ତାଙ୍କର ଏହି ସଂଙ୍ଗୀତକୁ ବର୍ତ୍ତମାନ ବିବାହଠାରୁ ଆରମ୍ଭ କରି ସମସ୍ତ ପାର୍ଟିରେ ଶୁଣିବା ପାଇଁ ମିଳୁଛି।