ଅନ୍‌ଲାଇନ୍‌ ଲିକ୍‌ ହେଲା ଅଭିନେତ୍ରୀ ହଂସିକା ମୋଟଓ୍ଵାନିଙ୍କ ବ୍ୟକ୍ତିଗତ ଫଟୋ, ହ୍ୟାକର୍ସଙ୍କ ପତ୍ତା ମିଳୁନି

ମୁମ୍ବାଇ : ଅଭିନେତ୍ରୀ ହଂସିକା ମୋଟଓ୍ଵାନୀଙ୍କ ବ୍ୟକ୍ତିଗତ ଫଟୋ ଅନ୍‌ଲାଇନ୍‌ ଲିକ୍‌ ହେବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । କିଛି ହ୍ୟାକର୍ସ ତାଙ୍କ ଛୁଟି କଟାଇବା ସମୟର ବ୍ୟକ୍ତିଗତ ଫଟୋକୁ ଅନ୍‌ଲାଇନ୍‌ରେ ଲିକ୍‌ କରିଥିବା ଆଶଙ୍କା କରାଯାଉଛି । ଲିକ୍‌ ହୋଇଥିବା ଫଟେରେ ଅଭିନେତ୍ରୀ ବିକିନି ପିନ୍ଧିଥିବାର ଦେଖା ଯାଇଛି । ଅଧିକାଂଶ ଫଟୋ ନ୍ୟୁୟର୍କରେ ଛୁଟି କଟାଇବା ସମୟର ବୋଲି ଜଣା ପଡ଼ିଛି । ଫଟୋଗୁଡ଼ିକ ଅନ୍‌ଲାଇନ୍‌ରେ ଲିକ୍‌ କିପରି ହେଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ । ଏହା ସହ ହଂସିକା ଏ ନେଇ କୌଣସି ପ୍ରତିକ୍ରିୟା ରଖି ନଥିବା ବେଳେ ପୁଲିସରେ ମଧ୍ୟ ହ୍ୟାକର୍ସମାନଙ୍କ ବିରୋଧରେ କୌଣସି ଅଭିଯୋଗ କରାଯାଇ ନାହିଁ।

Latestly.com

ଟୁଇଟ୍‌ରରୁ ହଂସିକାଙ୍କ ଭାଇରାଲ ହୋଇଥିବା ବ୍ୟକ୍ତିଗତ ଫଟୋକୁ ହଟାଇ ଦିଆ ଯାଇଥିବା ବେଳେ ଇନ୍‌ଷ୍ଟାଗ୍ରାମ୍‌ରେ ଏବେ ବି ତାଙ୍କ ଫଟୋ ଘୁରି ବୁଲୁଥିବା ଜଣା ପଡ଼ିଛି । ହଂସିକାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲିକ୍‌ ହୋଇଥିବା ଫଟୋ ନ ଥିବାରୁ ତାଙ୍କ ଆକାଉଣ୍ଟ ହ୍ୟାକ୍‌ ହୋଇ ନଥିବା ସ୍ପଷ୍ଟ ହୋଇଛି । ତେବେ ଫଟୋକୁ କିଏ,କେମିତି ଏବଂ କେଉଁଠୁ ଆଣିଲା ସେ ନେଇ ପ୍ରଶ୍ନ ଉଠିଛି ।

ସମ୍ବନ୍ଧିତ ଖବର