ଏହି ୩ଟି ରେକର୍ଡ ଭାଙ୍ଗିବା ପରେ ୧୦୦କୋଟି କ୍ଲବ୍‌ରେ ସାମିଲ ହେବାକୁ ଯାଉଛି ଫିଲ୍ମ ‘ଓ୍ଵାର୍‌’ !

ମୁମ୍ବାଇ : ଅଭିନେତା ଟାଇଗର ଶ୍ରଫ୍‌ ଓ ରିତିକ୍‌ ରୋଶନଙ୍କ ଅଭିନୀତ ଫିଲ୍ମ ଓ୍ଵାର୍‌ ଏବେ ବକ୍ସ ଅଫିସରେ ୧୦୦କୋଟି କ୍ଲବ୍‌ରେ ସାମିଲ ହେବାକୁ ଯାଉଛି । ୩ଦିନରେ ଫିଲ୍ମଟି ପ୍ରାୟ ୯୫କୋଟି ଟଙ୍କା ଆୟ କରି ସାରିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏହା ଧମାଲ କରିବ ବୋଲି ଆଶା କରାଯାଉଛି । ତେବେ ୩ଦିନରେ ଫିଲ୍ମଟି ୩ଟି ରେକର୍ଡ ବ୍ରେକ୍‌ କରିଥିବା ଜଣା ପଡ଼ିଛି । ୪,୦୦୦ସ୍କ୍ରିନ୍‌ରେ ରିଲିଜ୍‌ ହୋଇଥିବା ଫିଲ୍ମଟି ଚଳିତ ବର୍ଷ ରିଲିଜ୍‌ ହୋଇଥିବା ସବୁ ଫିଲ୍ମର ରେକର୍ଡ ଭାଙ୍ଗିଛି । ୩ଦିନରେ ୯୫କୋଟି ଟଙ୍କା ଆୟ କରି ୨୦୧୯ର ୩ଦିନରେ ଅଧିକ ଆୟ କରିଥିବା ଫିଲ୍ମ ବନି ଯାଇଛି ଓ୍ଵାର୍‌ ।

Image result for war film

ଏହା ସହ ପୂର୍ବରୁ ରିତିକ୍‌-ଟାଇଗରଙ୍କ କୌଣସି ଫିଲ୍ମ ୩ ଦିନରେ ଏତିକି କୋଟି ଟଙ୍କା ଆୟ କରି ନଥିବା ବେଳେ ଓ୍ଵାର୍‌ ଜରିଆରେ ତାହା ସମ୍ଭବ ହୋଇ ପାରିଛି । ଏମିତି କି ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ କୌଣସି ଫିଲ୍ମ ପୂର୍ବରୁ ୩ଦିନ ମଧ୍ୟରେ ୯୫କୋଟି ଟଙ୍କା ଆୟ କରି ନଥିଲା । କିନ୍ତୁ ଫିଲ୍ମ ଓ୍ଵାର୍‌ ଦ୍ୱାରା ତାହା ସମ୍ଭବ ହୋଇ ପାରିଛି ।

ସମ୍ବନ୍ଧିତ ଖବର