ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟର ପ୍ରଯୋଜକ ସୋହନ ଚୌହାନଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ଆଶଙ୍କା

ମୁମ୍ବାଇ : ରବିବାର ଏକ ପୋଖରୀରୁ ବରିଷ୍ଠ ପୋଷ୍ଟ ପ୍ରଯୋଜକ ସୋହନ ଚୌହାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ ସିଜିନ୍‌-୭ ଏବଂ ମାଷ୍ଟର ସେଫ୍‌ ସିଜିନ୍‌-୬ ଭଳି ସୋ’ରେ କାମ କରିଥିଲେ । ମୃତଦେହ ଉଦ୍ଧାର କରାଯିବା ପରେ ପୁଲିସ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ସାରିଛି । ଏ ପର୍ଯ୍ୟନ୍ତ ଏହା ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଥିବା ବେଳେ ତଦନ୍ତ ପରେ ପ୍ରକୃତ କାରଣ ସାମ୍ନାକୁ ଆସି ପାରିବ ବୋଲି କହିଛି ପୁଲିସ ।

AI News

ମିଳିଥିବା ସୂଚନା ମୁତାବକ, ସୋହନ ନିଜ ପତ୍ନୀଙ୍କ ସହ ଫ୍ଲାଟ ନମ୍ବର ୧୨୦୫ରେ ରହୁଥିଲେ । କିନ୍ତୁ କିଛି ଦିନ ହେବ ସେ ଏକା ରହି ଆସୁଥିବା ଜଣା ପଡ଼ିଛି । ଶେଷ ଥର ପାଇଁ ସୋହନଙ୍କ ଘରକୁ ତାଙ୍କ ଚାକରାଣୀ ଯାଇଥିଲା ବୋଲି ସିସିଟିଭିରେ ଦେଖିବାକୁ ମିଳିଛି । ଶେଷ ଥର ପାଇଁ ସୋହନଙ୍କୁ ସୋସିଆଲ ମିଡିଆରେ ଜୁନ ୧୩ରେ ଦେଖା ଯାଇଥିଲା । ଜୁନ୍‌ ୯ରେ ସେ ସା ରେ ଗା ମା ପା ଲିଟିଲ ଚାମ୍ସର ପ୍ରମୋସନ ମଧ୍ୟ କରିଥିଲେ । ତେବେ କେଉଁ କାରଣରୁ ସେ ଏଭଳି ପଦକ୍ଷେପ ନେଇଛନ୍ତି, ତାହା ସ୍ପଷ୍ଟ ହୋଇ ପାରି ନାହିଁ ।

ସମ୍ବନ୍ଧିତ ଖବର