ଅନୁପ୍‌ ଜଲୋଟାଙ୍କ ମୁଖା ଖୋଲିଲେ ଇସ୍ରାଏଲି ମଡ଼େଲ,ରାତ୍ରୀ ଭୋଜନକୁ ଡ଼ାକି ଜୋର ଜବରଦସ୍ତ ଦେଇଥିଲେ ଚୁମ୍ବନ

ନୂଆଦିଲ୍ଲୀ : ବିଗ୍‌ ବସ୍‌ ଆରମ୍ଭ ହେବା ପରଠାରୁ ଚର୍ଚ୍ଚାରେ ରହି ଆସିଛି ଅନୁପ୍‌-ଜସ୍‌ଲୀନ୍‌ ଯୋଡ଼ି । ଦୁଇ ଜଣଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଜଣେ ଇସ୍ରାଏଲି ମଡ଼େଲ ଲଗାଇଥିବା ଆରୋପକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବରୁ ୨୮ବର୍ଷିୟ ଜସ୍‌ଲୀନ୍‌ଙ୍କ ସହ ପ୍ରେମ ସଂପର୍କକୁ ନେଇ ଅନୁପ୍‌ଙ୍କ ଦର୍ଶକମାନେ ଟ୍ରୋଲ କରିଥିବା ବେଳେ ଏବେ ମଡ଼େଲ ରୀନା ଗୋଲାନଙ୍କ ଅରୋପ ଏହି ଚର୍ଚ୍ଚାକୁ ତେଜିଥିବା ଦେଖା ଦେଇଛି । ୩ଟି ବିବାହ କରି ସାରିଥିବା ଅନୁପ୍‌ ଜଲେଟା ମଡ଼େଲ ରୀନା ଗୋଲାନଙ୍କୁ ଜୋର ଜବରଦସ୍ତ ଚମ୍ବନ ଦେଇଥିଲେ ବୋଲି ଖୁଲାସା କରିଛନ୍ତି ରୀନା । ୨୦୧୧ରେ ରୀନା ଲେଖିଥିବା ଏକ ବହିରେ ଜଲୋଟାଙ୍କୁ ନେଇ ଅନେକ ଖୁଲାସା କରିଥିଲେ । ଏହି ବହିର ନାମ ‘ଡ଼ିୟର ମିଷ୍ଟର ବଲିଉଡ୍‌’ ହୋଇଥିବା ବେଳେ ସେ ଏଥିରେ ନିଜ ସହ ଘଟିଥିବା ଅନେକ ଘଟଣାର ଖୁଲାସା କରିଛନ୍ତି ।

bollywoodshaadis.com

୨୦୧୧ ପୂର୍ବରୁ ସେ ବଲିଉଡ୍‌ରେ କାମ କରିବା ପାଇଁ ଚାହୁଁଥିବା ବେଳେ ମୁମ୍ବାଇର ଭିଟାମିନ୍‌ ନାମକ କମ୍ପାନୀରୁ ତାଙ୍କୁ ଅଫର ଆସିଥିଲା । ଏହି କମ୍ପାନୀରେ କାମ ଆରମ୍ଭ କରିବା ପରେ ସେ ଅନୁପଙ୍କ ସହ ଦେଖା ହୋଇଥିଲେ । କମ୍ପାନୀରେ ତାଙ୍କୁ ଭଲ ସୁଯୋଗ ନ ମିଳିବାରୁ ସେ ଅନୁପ୍‌ଙ୍କୁ ସାହାଯ୍ୟ ମାଗିଥିଲେ । ଯାହା ପରେ ଅନୁପ୍‌ ତାଙ୍କୁ ନିଜ ସୋ’ ହୋଷ୍ଟ କରିବାର କାମ ଦେଇଥିଲେ । ଥରେ ନିଜ ସୋ’ ପାଇଁ ଅନୁପ୍‌ ରୀନାଙ୍କୁ ନେଇ ବିଦେଶ ଯାଉଥିବା ବେଳେ ବିମାନ ମଧ୍ୟରେ ତାଙ୍କ ସହ ଅସଦାଚରଣ କରିଥିଲେ । ଅନୁପ୍‌ଙ୍କ ଏଭଳି ବ୍ୟବହାରରେ ରୀନା ରାଗିଯିବା ସହ ଆଗକୁ ଏପରି ନ କରିବା ପାଇଁ କହିଥିଲେ । କିନ୍ତୁ ପରେ ଅନୁପ୍‌ ରୀନାଙ୍କୁ ରାତ୍ରୀ ଭୋଜନରେ ଡ଼ାକି ତାଙ୍କ ସହ ଜୋର ଜବରଦସ୍ତ ଆଲିଙ୍ଗନ କରିବା ସହ ଚୁମ୍ବନ ଦେଇଥିଲେ । ଶେଷରେ ଅନୁପ୍‌ଙ୍କ ଏଭଳି ବ୍ୟବହାରରେ ସେ ରାଗିଯାଇ ତାଙ୍କ ସହ କାମ କରିବା ବନ୍ଦ କରିଥିଲେ ବୋଲି ନିଜ ବହିରେ ଉଲ୍ଲେଖ କରିଛନ୍ତି ରୀନା ।

ସମ୍ବନ୍ଧିତ ଖବର