ଜାଣନ୍ତୁ କେଉଁ ସ୍ଥାନରେ ଓ କେଉଁ ପୋଷାକ ପିନ୍ଧି ବିବାହ କରିବାକୁ ପସନ୍ଦ କରନ୍ତି ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର୍ ?
ମୁମ୍ବାଇ: ‘ଧଡକ୍’ ଜରିଆରେ ବଲିଉଡରେ ପାଦ ଦେଇଥିଲେ ଶ୍ରୀଦେବୀ ତନୟା ଜାହ୍ନବୀ କପୁର। ଏହି ଫିଲ୍ମ ବକ୍ସ ଅଫିସ୍ରେ ଭଲ ବ୍ୟବସାୟ ବି କରିଛି । ନକଟରେ ଜାହ୍ନବୀ ‘‘ବ୍ରାଇଟ ଟୁଡେ’’ ମାଗାଜିନର କଭର ଗର୍ଲ ସାଜିଛନ୍ତି। ମାଗାଜିନର ଅକ୍ଟୋବର ୨୦୧୮ ଏଡିସନ୍ ପାଇଁ ସୁଇଜରଲ୍ୟାଣ୍ଡରେ ଫଟୋସୁଟ୍ କରାଇଛନ୍ତି । ଜାହ୍ନବୀଙ୍କ ସୁବୁ ଫଟୋ ସୁଟ୍ ମଧ୍ୟରୁ ଏହା ଟିେକ ଭିନ୍ନ, କାରଣ ଏଥିରେ ସେ ଯେଉଁ ସବୁ ଡ୍ରେସ୍ ପିନ୍ଧିଛନ୍ତି ତାହା ସେ ମା’ ଶ୍ରୀଦେବୀଙ୍କ ଠାରୁ ଅନୁପ୍ରାଣିତ ହୋଇ ପିନ୍ଧିଛନ୍ତି । ‘ବ୍ରାଇଡ୍ ଟୁଡେ’ର ଏଡିଟର ନୁପୁର ମେହେତା ପୁରୀଙ୍କ ସହ ସାକ୍ଷାତକାରରେ ୨୧ ବର୍ଷୀୟା ଜାହ୍ନବୀ କହିଛନ୍ତି ସେ କେଉଁଠାରେ ବିବାହ କରିବାକୁ ଚାହାଁନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଜାହ୍ନବୀ ଇଟାଲୀର ମେଟ୍ରୋପଲିସ୍ ଫ୍ଲୋରେନ୍ସରେ ବିବାହ କରିବାକୁ ଚାହାନ୍ତି। ଏଥି ସହ ବିବାହ ସମୟରେ ସେ ସୁନେଲି ଜରିର କାମ ହୋଇଥିବା କାଞ୍ଜିବରମ୍ ଶାଢି ପିନ୍ଧିବେ ବୋଲି କହିଛନ୍ତି । ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଜାହ୍ନବୀ କପୁର କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ତକ୍ତ’ରେ ନଜର ଆସିବେ । ଏହି ଫିଲ୍ମରେ ଜାହ୍ନବୀଙ୍କ ସହ ଆଲିଆ ଭଟ୍ଟ, ରଣବୀର ସିଂ, କରିନା କାପୁର ଖାନ୍, ବିକି କୋଏଲ୍ ଓ ଅନୀଲ କାପୁର୍ ମଧ୍ୟ ଅଭିନୟ କରୁଛନ୍ତି । ୨୦୨୦ ମସିହାରେ ଏହା ପରଦାକୁ ଆସିବା ବୋଲି ଜଣାପଡ଼ିଛି ।