୩୫ ବର୍ଷ ହେଲାଣି ଏ କଫି ବାଲା କ୍ଷମା ମାଗି ନାହିଁ ! କରଣଙ୍କ ଟ୍ଵିଟ୍‌ରେ ଏଭଳି ପ୍ରତିକ୍ରିୟା ରଖିଲେ ଟ୍ଵିଙ୍କଲ

ମୁମ୍ବାଇ : ପ୍ରଯୋଜକ କରଣ ଜୋହର ଏବଂ ଅଭିନେତ୍ରୀ ଟ୍ଵିଙ୍କଲ ଖାନ୍ନାଙ୍କ ମଧ୍ୟରେ ଥିବା ବନ୍ଧୁତା ବିଷୟରେ ସମସ୍ତଙ୍କୁ ଜଣା । ଏବେ ଦୁଇ ଜଣ ଭଲ ବନ୍ଧୁ ହୋଇଥିବା ବେଳେ ଅତୀତରେ ଟ୍ଵିଙ୍କଲଙ୍କୁ ଭଲ ପାଇ ବସିଥିଲେ କରଣ । ସ୍କୁଲରେ ଏକା ସାଙ୍ଗରେ ପଢ଼ୁଥିବା ବେଳେ ଟ୍ଵିଙ୍କଲଙ୍କୁ ଭଲ ପାଉଥିଲେ କରଣ । କିନ୍ତୁ ଟ୍ଵିଙ୍କଲ କରଣଙ୍କୁ ଛାଡ଼ି ଅକ୍ଷୟଙ୍କୁ ବିବାହ କରିଥିଲେ । ପରେ କରଣ ନିଜ ଭଲ ପାଇବାକୁ ଭୁଲି ଟ୍ଵିଙ୍କଲଙ୍କ ସହ ଭଲ ବନ୍ଧୁତା ରଖିଥିଲେ । ତେବେ ଟ୍ଵିଙ୍କଲ ଏବଂ କରଣଙ୍କ ବନ୍ଧୁତାର ଗଭୀରତା କେତେ ତାହା କରଣଙ୍କ ଟ୍ଵିଟ୍‌ରେ ଟ୍ଵିଙ୍କଲ ରଖିଥିବା ପ୍ରତିକ୍ରିୟାରୁ ଜଣାପଡ଼ିଛି ।

ନିକଟରେ କରଣ ନିଜର ଟ୍ଵିଟର ଆକାଉଣ୍ଟରେ ନିଜର ଏକ ଭଡିିଓ ଛାଡ଼ିଥିଲେ । ଯେଉଁ ଥିରେ ସେ ସରି(ଭୁଲ ମାଗିବା)ର ମହତ୍ୱ କେତେ କହିଥିଲେ । ଗୋଟେ ସଂପର୍କକୁ ବଞ୍ଚାଇବା ପାଇଁ ମୁଁ ସରି କହିବା ପାଇଁ ପଛାଏ ନାହିଁ । ଆପଣମାନେ ମଧ୍ୟ ସରି କହି ନିଜର ସଂପର୍କକୁ ବଞ୍ଚାନ୍ତୁ ବୋଲି ଲେଖିଥିଲେ କରଣ । ଏହି ଟ୍ଵିଟ୍‌ର ଜବାବ୍‌ ରଖି ମଜାଦାର ପ୍ରତିକ୍ରିୟା ରଖିଥିଲେ ଟ୍ଵିଙ୍କଲ । କରଣଙ୍କ ଟ୍ଵିଟ୍‌ରେ ମୋର ମନେ ଅଛି ବିଗତ ୩୫ବର୍ଷ ମଧ୍ୟରେ ଏ କଫି ବାଲା କେବେ ହେଲେ ସରି କହି ନାହାନ୍ତି ବୋଲି ଲେଖିଥିଲେ ଟ୍ଵିଙ୍କଲ । ସୁଚନା ମୁତାବକ,ଅକ୍ଟୋବର ୬ରେ ଆରମ୍ଭ ହେବାକୁ ଯାଉଛି କରଣଙ୍କ ସୋ’ କଫି ଉଇଥ୍‌ କରଣ । ଏଥିରେ ଶାହାରୁଖ୍‌ ନିଜ ଝିଅ ସୁହାନାଙ୍କ ସହ ନଜର ଆସିବାକୁ ଥିବା ବେଳେ ଦୀପିକା ଏବଂ ରଣବୀର ସିଂ ଏକା ସାଙ୍ଗରେ ନଜର ଆସିବେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର