ଯଦି ମଉକା ମିଳି ଥାଆନ୍ତା ତେବେ ଏହି ଅଭିନେତ୍ରୀଙ୍କୁ ବିବାହ କରି ଥାଆନ୍ତେ କରନ୍‌ ଜୋହର୍‌

ମୁମ୍ବାଇ: ବଲିଉଡ୍‌ର ନିର୍ଦ୍ଦେଶକ ଓ ପ୍ରଯୋଜକ କରନ୍‌ ଜୋହର୍‌ ନିଜ ଟିପ୍ପଣୀ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। କରନ୍‌ ଯେତେବେଳେ ବି ସେକ୍ସ ଓ ରିଲେସନ୍‌ସିପ୍‌ ଭଳି ମାମଲାରେ କଥା ହୁଅନ୍ତି ସଙ୍କୋଚ କରନ୍ତି ନାହିଁ। ସେ ନିକଟରେ ଏକ ଚାଟ ସୋ’ରେ କହିଛନ୍ତି କି, ଯଦି ତାଙ୍କୁ ମଉକା ମିଳି ଥାଆନ୍ତା ତେବେ ସେ ବଲିଉଡ୍‌ ଅଭିନେତ୍ରୀ କରିନା କପୁରଙ୍କୁ ବିବାହ କରି ଥାଆନ୍ତୋ।

କରନ୍‌ ଓ କରିନା ଦୁଇଜଣ ଭଲ ସାଙ୍ଗ ଦୁହେଁ ପ୍ରଫେସନ୍‌ନାଲ ମାମଲାକୁ ବ୍ୟକ୍ତିଗତ ଜୀବନରେ କଦାପି ଆଣନ୍ତି ନାହିଁ। ତେବେ ବହୁତ କମ୍‌ ଲୋକ ଜାଣିଛନ୍ତି କି କରନ୍‌ ନିଜର ସୁପରହିଟ୍‌ ସିନେମା ‘କଲ୍‌ ହୋ ନା ହୋ’ରେ ପ୍ରଥମେ କରିନା କପୁରଙ୍କୁ ନେବାକୁ ଚାହୁଁଥିଲେ। କରିନା ଏହି ସିନେମା ପାଇଁ ମୋଟା ଅଙ୍କର ଟଙ୍କା ମାଗିବାରୁ ଅଭିନେତ୍ରୀ ପ୍ରୀତି ଜିଣ୍ଟାକୁ ନେଇଥିଲେ।

ସମ୍ବନ୍ଧିତ ଖବର