ଅଭିନେତା-ଲେଖକ-ନିର୍ଦ୍ଦେଶକ ନୀରଜ ଭୋରା ଆଉ ନାହାନ୍ତି
ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା-ଲେଖକ-ନିର୍ଦ୍ଦେଶକ ନୀରଜ ଭୋରା ଆଉ ନାହାନ୍ତି। ହଁ ,ଆଜି ଭୋର ୪ଟା ସମୟରେ ମୁମ୍ବାଇର କ୍ରିଟି କେଆର୍ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନୀରଜ ଭୋରା ମନ୍, ହୋଲି,ବୀରାସତ୍,ରଙ୍ଗୀଲା ଏବଂ ଦୌଡ୍ ସମେତ ବହୁ ହିନ୍ଦୀ ସିନେମାରେ ହାସ୍ୟାଭିନେତାଭାବେ ନଜର ଆସିଥିଲେ।ସେ ଅକ୍ଷୟ କୁମାର ମହିମା ଚୌଧୁରୀ ଅଭିନୀତ ‘ଖିଲାଡି-୪୨୦’ରରୁ ବଲିଉଡରେ ନିର୍ଦ୍ଦେଶକଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ।ଏହାପରେ ସେ ପ୍ରଖ୍ୟାତ ନିର୍ମାତା ଫିରୋଜ ନାଡିଆଡଓା୍ଵଲାଙ୍କ ପ୍ରଯୋଜିତ ‘ଫିର୍ ହେରାଫେରି’ କରିଥିଲେ। ଏହାପରେ ନୀରଜ ରନ୍ ଭୋଲା ରନ୍,ସର୍ଟକଟ୍,ଫ୍ୟାମିଲିଓ୍ଵାଲା ଆଦି ସିନେମାର ନିର୍ଦ୍ଦେଶନା ଦେଇଥିଲେ।
ସେ ବଲିଉଡରେ ଜଣେ ଲେଖକ ଭାବେ ବି ବେଶ ପ୍ରତିଷ୍ଠା ଅର୍ଜନ କରିଥିଲେ। ତାଙ୍କର ରଚିତ ସିନେମା ହେଲା ରଙ୍ଗୀଲା,ଜୋଶ୍, ବାଦଶାହ, ଚୋରି ଚୋରି ଚୁପକେ ଚୁପକେ,ଅକେଲେ ହମ୍ ଅକେଲେ ତୁମ୍,ଆଓ୍ଵାରା ପାଗଲ ଦିଓ୍ଵାନା,ହେରାଫେରି, ଫିର୍ ହେରାଫେରି,ଗୋଲମାଲ୍ ଆଦି। ନୀରଜ ଭୋରା ଜଣେ ସଙ୍ଗୀତ ନିର୍ଦ୍ଦେଶକ ମଧ୍ୟ। ତାଙ୍କର ଅନ୍ତ୍ୟେଷ୍ଟି ଆଜି ୪ଟା ବେଳେ ସାନ୍ତାକ୍ରୁଜ ଶ୍ମଶାନରେ କରାଯିବାର ଯୋଜନା ରହିଛି।