ସଞ୍ଜୟ ଓ ସଲମାନଙ୍କ ବ୍ୟତୀତ ଆହୁରି ଅନେକ ବଲିଉଡ୍‌ କଳାକାର ଦେଖିଛନ୍ତି ଜେଲ୍‌ ଭିତରର କଳା କୋଠରୀ, ଜାଣନ୍ତୁ ସେମାନେ କିଏ?

ନୂଆଦିଲ୍ଲୀ: କୃଷ୍ଣସାର ମୃଗ ହତ୍ୟା ମାମଲାର ୨୦ ବର୍ଷ ପରେ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କୁ ଗୁରୁବାର ଯୋଧପୁର କୋର୍ଟ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଥିଲେ। ଜେଲ୍‌ରେ ୨ ରାତି ରହିବା ପରେ ଶନିବାର ଦିନ ସଲୁ ମିଆଁଙ୍କୁ ଜାମିନ୍‌ ମଞ୍ଜୁର ହୋଇଛି। ଆପଣମାନେ ଏକଥା ଜାଣିଥିବେ ନିଶ୍ଚୟ ଯେ ଜେଲ୍‌ ଯିବାରେ ସଲୁ ମିଆଁଙ୍କଠାରୁ ଦୁଇ ପାଦ ଆଗରେ ଅଛନ୍ତି ସଞ୍ଜୟ ଦତ୍ତ। ତେବେ ଆଜି ଆମେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ ଜେଲ୍‌ ଯାଇଥିବା ବଲିଉଡ କଳାକାରଙ୍କ ମଧ୍ୟରେ କେବଳ ସଞ୍ଜୟ କି ସଲମାନ ନାହାନ୍ତି। ଏମାନଙ୍କ ବ୍ୟତୀତ ଯେଉଁମାନେ ଜେଲ୍‌ର କଳା କୋଠରୀ ଦେଖିଛନ୍ତି ସେମାନଙ୍କ ବିଷୟରେ ନିମ୍ନରେ ଉଲ୍ଲେଖ କରାଯାଇଛି।

ସୈଫ ଅଲ୍ଲୀ ଖାନ: ବଲିଉଡ୍‌ର ଛୋଟେ ନବାବ ସୈଫ ଅଲ୍ଳୀ ଖାନ୍‌ ବି ଦେଖିଛନ୍ତି ଜେଲ୍‌ର କଳା କୋଠରୀ। ସୈଫ୍‌ ଅଲ୍ଲୀ ଖାନ ୨୦୧୨ ମସିହାରେ ତାଙ୍କର ଜଣେ ପ୍ରବାସୀ ଭାରତୀୟ ବନ୍ଧୁ ଏବଂ ଭିବଷ୍ୟତ ପତ୍ନୀ କରୀନା କପୁରଙ୍କ ସହ ହରିଣ ଶିକାର ମାମଲାରେ ଜେଲ୍‌ ଯାଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ଜାମିନ ମୁମ୍ବାଇ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ।

ସୂରଜ ପାଞ୍ଚୋଲି: ମଡେଲ୍‌ ତଥା ବଲିଉଡ୍‌ ଷ୍ଟାର୍‌ ଜିଆ ଖାନଙ୍କ ଆତ୍ମହତ୍ୟା ଘଟଣା ତ ମନେ ଥିବ ନିଶ୍ଚୟ। ଜିଆଙ୍କୁ ଆତ୍ମହତ୍ୟା ପାଇଁ ସେଲିବ୍ରେଟି ଦମ୍ପତଙ୍କ ପୁଅ ତଥା ବଲିଉଡ୍‌ କଳାକାର ସୂରଜ ପାଞ୍ଚୋଲି ପ୍ରବର୍ତ୍ତାଇ ଥିଲେ ବୋଲି ଅଭିଯୋଗ ହୋଇଥିଲା। ସେହି ମାମଲାରେ ସୂରଜ ଜେଲ୍‌ ଯାଇଥିଲେ।

ମୋନିକା ବେଦୀ: ମାଫିଆ ଡନ୍‌ ଆବୁ ସଲିମ୍‌ଙ୍କ ସହ ସଂପୃକ୍ତି ଥିବା ନେଇ ଅଭିନେତ୍ରୀ ମୋନିକା ବେଦୀଙ୍କୁ ବି ୨୦୦୨ ମସିହାରେ ଜେଲ୍‌ ହୋଇଥିଲା।

ଏମାନଙ୍କ ବ୍ୟତୀତ ଫର୍ଦିନ ଖାନ, ଭାରତ ସିଂହ, ସାଇନେ ଆହୁଜା, ନଦୀମ ସୈଫି, ମମତା କୁଲକର୍ଣ୍ଣି ଆଦି ବି ଭିନ୍ନ ଭିନ୍ନ ମାମଲାରେ ଜେଲ୍‌ ଯାଇଛନ୍ତି।

ସମ୍ବନ୍ଧିତ ଖବର