ଏ ବର୍ଷ ତେଲୁଗୁ ସିନେମାରେ ନାୟକ ବନିଥିଲେ ଏହି ଓଡ଼ିଆ ଯୁବକ

ଭୁବନେଶ୍ୱର: ୨୦୧୭ରେ ଜଣେ ଓଲିଉଡ ନାୟକ ଏକ ତେଲୁଗୁ ସିନେମାରେ ନାୟକ ବନିଥିଲେ । ସେହି ତେଲୁଗୁ ସିନେମାର ଟାଇଟଲ ହେଲା ‘ଗୁଡ୍‌ ମର୍ଣ୍ଣିଂ’ । ଏହାର ସୁଟିଂ ହାଇଦ୍ରାବାଦଠାରେ କରାଯାଇଛିି । ଏହାର ପ୍ରଯୋଜକ ହେଲେ ମୋହନ କମ୍ବାଲା ଏବଂ ନିର୍ଦ୍ଦେଶକ ହେଲେ ବିଷ୍ଣୁ ସୂରିୟା । ବିଷ୍ଣୁ ହେଉଛନ୍ତି ବାହୁବଲୀ ଫେମ୍‌ ଏ ରାଜାମୌଲୀଙ୍କର ଆସିଷ୍ଟାଣ୍ଟ୍‌ । ଏହା ତାଙ୍କର ଚତୁର୍ଥ ତେଲୁଗୁ ସିନେମା । ଏଥିରେ ଯେଉଁ ଓଲିଉଡ ନାୟକ ହିରେ ବନିଛନ୍ତି ସେ ହେଲେ ଓଡ଼ିଆ ଛବି ‘ ମୁଁ ଗାନ୍ଧି ନୁହେଁ ’ ଏବଂ ‘‘ ଟିକେ ଅନାଡି ପୁରା ଖିଲାଡି’ ଫେମ୍‌ କରଣ ସିଂହ ରାୟ । ତାଙ୍କର ସ୍କ୍ରିନ୍‌ ନେମ୍‌ ହେଲା କରଣ୍‌ । ଆଉ ଗୁଡ୍‌ ମର୍ଣ୍ଣିଂ ହେଉଛି କରଣଙ୍କର ପ୍ରଥମ ତେଲୁଗୁ ସିନେମା । କାହାଣୀ ଅନୁଯାୟୀ ସେ ଯେଉଁ ତେଲୁଗୁ ନାୟିକାଙ୍କ ପ୍ରେମରେ ପଡ଼ିଛନ୍ତି ସେ ହେଲେ ସାବେରି ଦୁର୍ଗମ୍‌ । ସାବେରିଙ୍କର ଅବଶ୍ୟ ଏହା ଦ୍ୱିତୀୟ ସିନେମା ।

????????????????????????????????????

ଗୁଡ୍‌ ମର୍ଣ୍ଣିଂ ରେ ପ୍ରଖ୍ୟାତ ଅଭିନେତା ପ୍ରକାଶ ରାଜ, କମେଡିଆନ୍‌ ବ୍ରହ୍ମାନନ୍ଦ ,ଅପ୍ପା ରାଓ ଏବଂ କ୍ରିଷ୍ଣା ଭଗବାନ୍‌ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଏହାରସୁଟିଂ ଶେଷ ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ଓଲିଉଡ ନାୟକ ସବ୍ୟସାଚୀ ଏବଂ ସମ୍ବିତ ତେଲୁଗୁ ଇଣ୍ଡଷ୍ଟ୍ରିରେ ପାଦ ଥାପି ସାରିଛନ୍ତି । ଏବେ କରଣ କି କମାଲ୍‌ କରୁଛନ୍ତି ସେଠି ତାହା ଦେଖିବାକୁ ବାକି ରହିଲା । ଅପରପକ୍ଷରେ କରଣଙ୍କ ଅଭିନୀତ ଅନ୍ୟ ଏକ ଓଡ଼ିଆ ଛବି ‘ତୋର ମୋର ପ୍ରେମକାହାଣୀ ’ରିଲିଜ୍‌ ଅପେକ୍ଷାରେ ରହିଛି ।

ସମ୍ବନ୍ଧିତ ଖବର