ବିଭିନ୍ନ ରାଜ୍ୟରେ ‘ପଦ୍ମାବତୀ’କୁ ନେଇ ନିଷେଦ୍ଧାଦେଶ ଜାରି, ସ୍ୱାଗତ ଜଣାଇଲା ପଶ୍ଚିମବଙ୍ଗ

କେଲକାତା: ଆରମ୍ଭରୁ ବିବାଦରେ ବୁଡ଼ି ରହିଥିବା ସଞ୍ଜୟଲୀଲା ଭଂସାଲୀଙ୍କ ‘ପଦ୍ମାବତୀ’ ଚଳଚ୍ଚିତ୍ରକୁ ଦେଶର ବିଭିନ୍ନ ରାଜ୍ୟ ରିଲିଜ୍‌ କରାଇ ଦେବେ ନାହିଁ କହିବା ବେଳେ ଭିନ୍ନ ମତ ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କହିଛନ୍ତି, ‘ ପଦ୍ମାବତୀ ଚଳଚ୍ଚିତ୍ର ଏବଂ ଏହାର କ୍ରୁ ମେମ୍ବରମାନଙ୍କୁ ପଶ୍ଚିମବଙ୍ଗ ସରକାର ସ୍ୱାଗତ କରିବାକୁ ପ୍ରସ୍ତୁତ।’ ଏକ ଉତ୍ସବରେ ଯୋଗ ଦେଇ ବାନାର୍ଜୀ ଆହୁରି ବି କହିଛନ୍ତି କି, ‘ହଁ ଆମେ ଚଳଚ୍ଚିତ୍ରଟିକୁ ସ୍ୱାଗତ କରିବୁ। ଯଦି ଅନ୍ୟ କୌଣସି ରାଜ୍ୟରେ ଚଳଚ୍ଚିତ୍ର ରିଲିଜ୍‌ ହୋଇପାରିବ ନାହିଁ ତେବେ ଆମେ ଏଠାରେ ରିଲିଜ କରାଇବୁ। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବୁ।’

ଉଲ୍ଲେଖଯୋଗ୍ୟ, ‘ପଦ୍ମାବତୀ’ ଚଳଚ୍ଚିତ୍ରରେ ରାଣୀ ପଦ୍ମାବତୀଙ୍କ ଚରିତ୍ରକୁ ଭୁଲ୍ ଦର୍ଶାଯାଇଛି ଓ ଏହା ରାଜପୁତ ଇତିହାସ ଓ  ଐତିହ୍ୟ କ୍ଷୁର୍ଣ୍ଣ କରୁଛି ବୋଲି କର୍ଣ୍ଣି ସେନା ପକ୍ଷରୁ ଦାବି ଦେବା ପରେ ଚଳଚ୍ଚିତ୍ରକୁ ନେଇ ବିଭିନ୍ନ ମହଲରେ ବିରୋଧ ହୋଇଥିଲା। ଚଳଚ୍ଚିତ୍ରଟିୁକ ନିଜ ରାଜ୍ୟରେ ରିଲିଜ୍‌ କରାଇଦେବେ ନାହିଁ ବୋଲି ଗୁଜୁରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ରାଜସ୍ଥାନ ସରକାର କହି ସାରିଛନ୍ତି। ଏହିସବୁ ରାଜ୍ୟଗୁଡ଼ିକରେ ‘ପଦ୍ମାବତୀ’ ଚଳଚ୍ଚିତ୍ର ଉପରେ ନିଷେଦ୍ଧାଦେଶ ଜାରି ହୋଇଛି।

ସମ୍ବନ୍ଧିତ ଖବର