ମୁମ୍ବାଇ: ମଡେଲ୍ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କର କୌଣସି ପରିଚୟ ଦେବା ଆବଶ୍ୟକ ନୁହେଁ ବୋଧହୁଏ। କିଛି ଦିନ ଅନ୍ତରରେ କିିଛି ନା କିଛି କାରଣରୁ ଇଣ୍ଟର୍ନେଟ୍ ସେନ୍ସେସନ୍ ବନିବାରେ ସେ ମାହିର୍। କିଛି ଦିନ ତଳେ ମହାରାଷ୍ଟ୍ରରେ ପ୍ଲାଷ୍ଟିକ୍ ବ୍ୟାନ୍ ହୋଇଥିବା ଖବର ଆପଣ ଜାଣିଥିବେ ନିଶ୍ଚୟ।
Plastic banned ho gya hai…. जिसने जिसने प्लास्टिक सर्जरी की है, वे रास्तेपर ना घुमे। 😨
— Poonam Pandey (@iPoonampandey) June 23, 2018
ଏହି ପରିପ୍ରେକ୍ଷୀରେ ପୁନମ ନିଜ ଟୁଇଟର୍ ଆକାଉଣ୍ଟ୍ରେ ଲେଖିଛନ୍ତି, ‘ପ୍ଲାଷ୍ଟିକ୍ ବ୍ୟାନ୍ ହୋଇ ଯାଇଛି। ଯେଉଁମାନେ ସବୁ ପ୍ଲାଷ୍ଟିକ୍ ସର୍ଜରି କରିଛନ୍ତି ରାସ୍ତା ଉପରେ ବୁଲନ୍ତୁ ନାହିଁ।’ ଏହି ମଜାଦାରିଆ ପୋଷ୍ଟ୍ଟିରେ ଅନେକ ଟୁଇଟର୍ ବ୍ୟବହାରକାରୀ ରିଟୁଇଟ୍ ବି କରିଛନ୍ତି। କେହି କେହି ପ୍ଲାଷ୍ଟିକ୍ ସର୍ଜରି କରିଥିବା ନାୟିକାମାନଙ୍କ ଫଟୋକୁ ପୁନମଙ୍କ ଟୁଇଟ୍ରେ ରିଟୁଇଟ୍ ବି କରିଛନ୍ତି।
Just asking..
Is *CONDOM* included in
Plastic banned Items 🤔🤔🤔 #SachhiKya #JustAsking— Poonam Pandey (@iPoonampandey) June 25, 2018
ପୂର୍ବରୁ ପୁନମ ଟୁଇଟର୍ରେ ଏକ ପୋଷ୍ଟ କରିଥିଲେ କି ‘ପ୍ଲାଷ୍ଟିକ୍ ବ୍ୟାନ୍ ଭିତରେ କଣ୍ଡମ୍ ଯାଉଛି କି?’ ତାଙ୍କର ଏହି ଟୁଇଟ୍ରେ ବି ବହୁ ରିଟୁଇଟ୍ ଆସିଥିଲା। ଜଣେ ବ୍ୟବହାରକାରୀ ପୁନମଙ୍କୁ ଉତ୍ତରରେ ଲେଖିଥିଲେ କି ରବର୍ ଓ ପ୍ଲାଷ୍ଟିକ୍ ଭିାତରେ ବହୁ ଫରକ ଅଛି। ଅନ୍ୟ କିଛି ବ୍ୟବହାରକାରୀ ଅଶ୍ରାବ୍ୟ ଭାଷାରେ ଗାଳି ମଧ୍ୟ କରିଛନ୍ତି। କଣ୍ଡୋମ ବନ୍ଦ ହୋଇଗଲେ ତୁମେ କେମିତି ନିଜ କାର୍ଯ୍ୟକୁ ସମ୍ଭାଳିବ ବୋଲି କହି ଜଣେ ଟୁଇଟର୍ ବ୍ୟବହାରକାରୀ ରିଟୁଇଟ୍ କରିଛନ୍ତି।