ଭାଇରାଲ ହେଲା ପ୍ରିୟା ପ୍ରକାଶଙ୍କ ଆଉ ଏକ ଭିଡିଓ, ଲୋକେ ଏହାକୁ ଦେଖି କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ମାଲୟାଲମ ଅଭିନେତ୍ରୀ ପ୍ରିୟା ପ୍ରକାଶ ବାରିଅର ହଠାତ୍‌ ସୋସିଆଲ ମିଡିଆରେ ଷ୍ଟାର ବନି ଯାଇଥିଲେ। ମାଲାୟାଲମ୍‌ ସିନେମା ‘ଓରୁ ଅଦାର ଲଭ୍‌’ର ଗୀତଟି ଭ୍ୟାଲେନ୍‌ଟାଇନ୍‌ ଡେ ଅବସରରେ ଭଇରାଲ ହୋଇଥିଲା। ଏହି ଗୀତରେ ପ୍ରିୟା ପ୍ରକାଶ ଆଖିରେ ଖୁବ୍‌ ଚମତ୍କର ଇସାରା କରୁଥିବାର ଦେଖିବାକୁ ମିଳିଥିଲା। ଏହି ଗୀତ ସାମ୍ନାକୁ ଆସିବା ପରେ ପ୍ରିୟା ପ୍ରକାଶଙ୍କ ଫ୍ୟାନ୍‌ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଏହି ଭିଡିଓକୁ ମାତ୍ର ୨୪ ଘଣ୍ଟାରେ ୧ ମିଲିଅନ୍‌ ଠାରୁ ଅଧିକ ଭିଉ ଏବଂ ୫୦ ହଜାରରୁ ଅଧିକ ଲାଇକସ୍‌ ମିଳିଥିଲା। ୧୮ ବର୍ଷୀୟା ପ୍ରିୟା କେରଳର ଥ୍ରିସୁର ବିମଲା କଲେଜରେ ବି କମ୍‌ ପଢ଼ୁଛନ୍ତି। ଇତିମଧରେ ସେ କୋଟି କୋଟ ଲୋକଙ୍କର ମନରେ ଘର କରିସାରିଲେଣି।

ତେବେ ଏହି ଭିଡିଓ ପରେ ପ୍ରିୟାଙ୍କ ଆଉ ଏକ ଭିଡଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରିୟା ଅଭିନୟ ସହିତ ଖୁବ୍‌ ସୁନ୍ଦର ନୃତ୍ୟ କରୁଥିବା କଥା ତ ସମସ୍ତ ଜାଣିଥିଲେ। ନିକଟରେ ପ୍ରିୟା ଗୀତ ଗାଉଥିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ସେ ‘କଭି ଅଲବିଦା ନା କହନା’ର ଟାଇଟଲ ଟ୍ରାକ୍‌ର ଗୀତ ଗାଉଥିବାର ଶୁଣିବାକୁ ମିଳିଛି।

ତେବେ ଏହି ଭିଡିଓକୁ ଦେଖି କେତେକ ଲୋକ କହୁଛନ୍ତି ଏହି ଗୀତକୁ ପ୍ରିୟା ନିଜେ ଗାଉ ନାହାନ୍ତି। ସେ କେବଳ ପାଟିକୁ ସେହି ଗୀତ ଅନୁସାରେ ଲିପ୍‌ସିଙ୍ଗ କରୁଛନ୍ତି। ସେହିପରି ପ୍ରିୟାଙ୍କ ଫ୍ୟାନ୍‌ମାନେ ତାଙ୍କୁ ମଲ୍ଟି ଟ୍ୟାଲେଣ୍ଟଡ୍‌ ବୋଲି କହୁଛନ୍ତି।

 

ସମ୍ବନ୍ଧିତ ଖବର