ପୁଣି ଚର୍ଚ୍ଚାରେ ପ୍ରିୟା ପ୍ରକାଶ: ବିୟୁଟି କଣ୍ଟେଷ୍ଟରେ ଭାଗ ନେଇଥିବା ସମୟର ଭିଡ଼ିଓ ହେଲା ଭାଇରାଲ, ଦେଖନ୍ତୁ କେମିତି ନିଜର ପରିଚୟ ଦେଇଥିଲେ ପ୍ରିୟା…

ମୁମ୍ବାଇ : ଇଣ୍ଟରନେଟ୍‌ ସେନ୍‌ସେସନ୍‌, ଭାଲେଣ୍ଟାଇନ୍‌ ଗର୍ଲ ବା ନ୍ୟାସ୍‌ନାଲ କ୍ରସ କିଛି ବି କହିପାରିବେ । କିଛି ସେକେଣ୍ଡର ଭିଡ଼ିଓକୁ ନେଇ ରାତାରାତି ଷ୍ଟାର ପାଲଟି ଥିବା ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କୁ ଏହି ୩ଟି ନାଁ ଦେଇଥିଲେ ଦେଶବାସୀ । ଫିଲ୍ମ ରିଲିଜ୍‌ ପୂର୍ବରୁ ହିଁ ସେ ସମସ୍ତଙ୍କ ମନକୁ କିଣିବା ସହ ସବୁ ଯୁବକମାନଙ୍କର କ୍ରସ ପାଲଟି ଯାଇଥିଲେ । କିଛି ସେକେଣ୍ଡର ଭିଡ଼ିଓର ସଫଳତା ପରେ ତାଙ୍କୁ ଏକାଧିକ ପ୍ରଜୋଯକଙ୍କ ପକ୍ଷରୁ ଫିଲ୍ମର ଅଫର ଆସିବାକୁ ଲାଗିଥିଲା ।

ତେବେ ଆପଣ ଜାଣିଛନ୍ତି କି ଆପଣମାନଙ୍କ ପ୍ରିୟ ପ୍ରିୟା ଅଭିନୟ ଆରମ୍ଭ କରିବା ପୂର୍ବରୁ ତାଙ୍କ ଜୀବନ କିପରି ଥିଲା? ଏବେ ତାଙ୍କର ଏକ ପୁରୁଣା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଭିଡ଼ିଓରେ ସେ ଗୋଟେ ବିଉଟି କଣ୍ଟେଷ୍ଟରେ ଭାଗ ନେଇଥିବା ବେଳେ ନିଜର ପରିଚୟ ଦେଉଥିବାର ନଜର ଆସୁଛନ୍ତି । ପ୍ରିୟା ଏବେ କେରଳର ଥିସୁରରେ ଥିବା ବେଳେ ଏହି ଭିଡ଼ିଓଟି ମୁମ୍ବାଇର ବୋଲି ଜଣା ପଡ଼ିଛି । ମୁମ୍ବାଇର ବିମ୍‌ଲା କଲେଜରେ ବାଣିଜ୍ୟ ପାଠ ପଢ଼ୁଥିବା ବେଳେ ସେ ଏହି ବିଉଟି କଣ୍ଟେଷ୍ଟରେ ଭାଗ ନେଇଥିଲେ ବୋଲି ଜଣା ପଡ଼ିଛି । ନିଜର ପରିଚୟ ଦେବା ସହ ତାଙ୍କର ଅଭିନୟ ଏବଂ ସଙ୍ଗୀତ ପ୍ରତି କେତେ ରୁଚି ରହିଛି ସେ ବିଷୟରେ କହୁଥିବା ଏଥିରେ ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର