ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପ୍ରିୟା ପ୍ରକାଶ ଶାହରୁଖ, ରଣବୀର ଓ ସିଦ୍ଧାର୍ଥଙ୍କ ସହ ଅନ-ସ୍କ୍ରିନ୍‌ ରୋମାନ୍ସ କରିବାକୁ ଆଗ୍ରହୀ

ମୁମ୍ବାଇ : ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛନ୍ତି ମଲାୟାଲମ ନାୟିକା ପ୍ରିୟା ପ୍ରକାଶ । ପ୍ରଥମେ ଆଖି ମରା ଏବଂ ପରେ ତାଙ୍କର ଚୁମ୍ବନ ଥିବା ଭିଡିଓକୁ ଦର୍ଶକ ଖୁବ୍‌ ଭଲ ପାଇଛନ୍ତି। ଏହା ସହ ରାତାରାତି ଷ୍ଟାର ବନି ଯାଇଛନ୍ତି ପ୍ରିୟା । ତାଙ୍କୁ ‘ନ୍ୟାସ୍‌ନାଲ କ୍ରସ୍‌’ ବୋଲି ମଧ୍ୟ ନାମ ଦିଆଯାଇ ସାରିଲାଣି । ଫିଲ୍ମ ରିଲିଜ ନ ହେଉଣୁ ପ୍ରିୟାଙ୍କ ପ୍ରେମରେ ସାରା ଦେଶ ପଡ଼ି ସାରିଛି । ତେବେ ସେହି ଭିଡିଓକୁ ସମସ୍ତେ ପ୍ରଶଂସା କରୁଥିବା ବେଳେ ପଛରେ ନାହାନ୍ତି ବଲିଉଡ୍‌ ଅଭିନେତା ଋଷି କପୁର । ପ୍ରିୟାଙ୍କ ଭିଡିଓକୁ ପ୍ରଶଂସା କରିବା ସହ ତାଙ୍କୁ ଭବିଷ୍ୟତ ପାଇଁ ଅନେକ ଶୁଭକାମନା ଜଣାଇଛନ୍ତି ଋଷିା

India.com

ସବୁଠାରୁ ମଜାଦାର କଥା ହେଲା, ସେ ନିଜ ଟ୍ଵିଟରରେ ତାଙ୍କୁ ପ୍ରଶଂସା କରିବା ସହ ତାଙ୍କ ସମୟରେ ସେ କାହିଁକି ଆସିଲେ ନାହିଁ ବୋଲି ଟ୍ଵିଟ୍‌ କରିଛନ୍ତି ।

ଋଷି କପୁରଙ୍କର ଟ୍ଵିଟ୍‌ ଦେଖି ପ୍ରିୟା ଖୁସି ହେବା ସହ ତାଙ୍କ ଠାରୁ ନିଜର ପ୍ରଶଂସା ଶୁଣି ବୁହୁତ ଖୁସିଥିବା କହିଛନ୍ତି । ଋଷି କପୁରଙ୍କର ଟ୍ଵିଟ୍‌ର ଜବାବ ଦେଇ “ଏଇଟା ମୋ ପାଇଁ ଏକ ସୌଭାଗ୍ୟର କଥା । ରୋମାନ୍ସର ରାଜା ମୋତେ ପ୍ରଶଂସା କରିଛନ୍ତି ଏହାଠାରୁ ବଡ଼ କଥା କଣ ହୋଇପାରେ” ଲେଖି ସେ ଟ୍ଵିଟ୍‌ କରିଛନ୍ତି ।

ଏକ ମାଲୟାଲମ ଫିଲ୍ମ ‘ଓରୁ ଅଦର ଲଭ୍‌’ରୁ ନିଜର ଅଭିନୟ ଜୀବନ ଆରମ୍ଭ କରୁଥିବା ପ୍ରିୟାଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଫିଲ୍ମରେ ଥିବା ଏକ ଗୀତର ଦୃଶ୍ୟରେ ପ୍ରିୟା ଏବଂ ତାଙ୍କର ସହ କଳାକାର ରୋଶନ ଅବ୍‌ଦ୍ଦୁୁଲ ଆଖିରେ ଆଖିରେ ପରସ୍ପର ମଧ୍ୟରେ କଥା ହେବାର ଭିଡ଼ିଓଟି ଭାଇରାଲ ହେବା ପରେ ତାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଭାଇରାଲ ହେବାର କିଛି ସମୟ ପରେ ସବୁ ସୋସିଆଲ ସାଇଟ୍‌ରେ ତାଙ୍କ ଭିଡିଓ ଦେଖିବାକୁ ମିଳିଥିଲା ।

The Indian Express

ଏହି କିଛି ସେକେଣ୍ଡର ଭିଡିଓ ପାଇଁ ତାଙ୍କ ଫଲୋୟର୍‌ ସଂଖ୍ୟା ସନ୍ନି ଲିଓନଙ୍କ ଠାରୁ ମଧ୍ୟ ବଢ଼ି ଯାଇଥିଲା । ରାତାରାତି ତାଙ୍କର ୩.୫ ମିଲିୟନ ଫଲୋୟର୍‌ ବଢ଼ି ଯାଇଥିଲେ । ତାଙ୍କୁ ସମସ୍ତଙ୍କ ପ୍ରଶଂସା ମିଳିବା ପରେ ବଲିଉଡର କେଉଁ ହିରୋ ସହ ସେ କାମ କରିବେ ବୋଲି ପଚରା ଯିବାରୁ ରଣବୀର ସିଂ, ଶାହରୁଖ୍‌ ଖାନ୍‌ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ କାମ କରିବାକୁ ଚାହାନ୍ତି ବୋଲି କହିଥିଲେ ପ୍ରିୟା।

ସମ୍ବନ୍ଧିତ ଖବର