ଅପେକ୍ଷାର ଅନ୍ତହେଲା : ଗଣେଶ ପୂଜାରେ ଆସୁଛି ରେଡିଓ ଚକଲେଟର ‘ଆପ୍’

ଭୁବନେଶ୍ୱର : ୨୦୦୭ରୁ ରେଡିଓ ଚକଲେଟ ଭୁବନେଶ୍ୱର ଓ ରାଉରକେଲାରୁ ପ୍ରସାରଣ ଆରମ୍ଭ କରି ଅଳ୍ପ ଦିନ ମଧ୍ୟରେ ଶ୍ରୋତାମାନଙ୍କ ମଧ୍ୟରେ ଖୁବ ଲୋକପ୍ରିୟ ହୋଇ ପାରିଥିଲା । କେବଳ ଗୀତ ନୁହେଁ, ରେଡିଓ ଚକଲେଟ କାହାଣୀ, ନାଟକ, ପାଲା, ଗୀତିନାଟ୍ୟ ସବୁ କ୍ଷେତ୍ରରେ ମନୋରଂଜନର ମାଧ୍ୟମ ହେଲା । ବର୍ଷ ପରେ ବର୍ଷ ଲୋକପ୍ରିୟତାର ଶୀର୍ଷରେ ରହି ୧୨ବର୍ଷ ଅତିକ୍ରମ କରିସାରିଲାଣି ରେଡିଓ ଚକଲେଟ ।
ବର୍ତମାନ ସମୟରେ ଇଣ୍ଟରନେଟର ଚାହିଦା ଖୁବ ବଢି ଯାଇଥିବା ବେଳେ, କେବଳ ଓଡ଼ିଶାର ସୀମିତ ନେଟୱର୍କ ମଧ୍ୟରେ ନୁହେଁ ଓଡ଼ିଶା ବାହାରେ ଓ ଦେଶବିଦେଶରେ ଶ୍ରୋତାମାନେ ରେଡିଓ ଚକଲେଟକୁ ଇଣ୍ଟରନେଟରେ ଆପ୍ ମାଧ୍ୟମରେ ଶୁଣିବାକୁ ଦାବି ଓ ଅନୁରୋଧ କରିଆସୁଥିଲେ । ଶ୍ରୋତାମାନଙ୍କ ଇଚ୍ଛାକୁ ସମ୍ମାନ ଦେବାକୁ ଯାଇ ରେଡିଓ ଚକଲେଟର ନିର୍ଦେଶିକା ତନୟା ପଟ୍ଟନାୟକ ଆପ୍ କରିବା ପାଇଁ ପ୍ରୟାସ ଆରମ୍ଭ କଲେ, ଯାହା ଆଜି ଗଣେଶପୂଜାରେ ଇଣ୍ଟରନେଟରେ ଶ୍ରୋତାମାନଙ୍କ ପାଇଁ ଉପଲବ୍ଧ ହୋଇସାରିଛି । ଏବେ ରେଡିଓ ଚକଲେଟ ଶୁଣିବାକୁ ଓଡ଼ିଶାରେ ରହିବାକୁ ପଡ଼ିବନି । ବିଶ୍ୱର ଯେଉଁଠି ବି ରହିଲେ ବି ରେଡିଓ ଚକଲେଟକୁ ଶୁଣି ହେବ ମୋବାଇଲର ଗୋଟେ କ୍ଲିକରେ ।

ରେଡିଓ ଚକଲେଟର ଏହି ଆପର ଆଉ ଏକ ବିଶେଷତ୍ୱ ହେଲା, ଗୋଟେ ଆପରେ ଶ୍ରୋତାମାନେ ୬ଟି ରେଡିଓ ଷ୍ଟେସନ ଶୁଣି ପାରିବେ । ରେଡିଓ ଚକଲେଟ ସହିତ ରେଡିଓ ଭକ୍ତି, ଷ୍ଟୋରି ଷ୍ଟେସନ, ରେଡିଓ ନାଟକ, ଲଭ୍ ଷ୍ଟେସନ, ଚକଲେଟ ମଜାକଥା ଏହି ପରି ଛଅଟି ଷ୍ଟେସନ । ରେଡିଓ ଭକ୍ତିରେ ଚବିଶ ଘଣ୍ଟା ଭଜନ ଓ ଆଧ୍ୟାତ୍ମକ କାର୍ଯ୍ୟକ୍ରମ, ଷ୍ଟୋରି ଷ୍ଟେସନରେ ଚବିଶ ଘଣ୍ଟା କାହାଣୀ, ଲଭ ଷ୍ଟେସନରେ ପ୍ରେମକୁ ନେଇ କାହାଣୀ, ନାଟକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ, ରେଡିଓ ନାଟକରେ ଚବିଶ ଘଣ୍ଟା ଓଡ଼ିଆ ନାଟକ, ଚକଲେଟ ମଜାକଥାରେ କମେଡି କ୍ୟାପସୁଲଠୁ ନେଇ ନାଟକ ଯାଏ । ଏମିତି ଶ୍ରୋତାମାନେ ନିଜ ରୁଚି ଅନୁସାରେ ଯେ.କୌଣସି ଷ୍ଟେସନ ଶୁଣିପାରିବେ । ଏହି ଆପକୁ ନିର୍ମାଣ କରିବାକୁ ୟୁନିଡ୍ରିମ କନସଲଟାନସି ସର୍ଭିସେସ ପ୍ରାଇଭେଟ ଲିମିଟେଡ ସହାୟତା ଯୋଗାଇ ଦେଇଛନ୍ତି ।
ଏହି ଆପଟି ଆଣ୍ଡ୍ରଏଡ ମୋବାଇଲରେ ଗୁଗଲ ପ୍ଲେଷ୍ଟୋରରେ ଓ ଆପଲ୍ ମୋବାଇଲରେ ଆପଲ୍ ଷ୍ଟୋରରେ ଉପଲବ୍ଧ ହେବ । ରେଡିଓ ଚକଲେଟର ଲୋଗୋ ଥିବା ଅଫିସିଆଲ ଆପକୁ ଶ୍ରୋତାମାନେ ଡାଉନଲୋଡ କରି ରେଡିଓ ଚକଲେଟର ଏହି ୬ଟି ଷ୍ଟେସନ ଶୁଣି ପାରିବେ ।
ନିମ୍ନରେ ଦିଆ ଯାଇଥିବା ଲିଙ୍କକୁ  କ୍ଲିକ୍ କରି ଆପକୁ  ଡାଉନଲୋଡ କରି ପାରିବେ ।
ସମ୍ବନ୍ଧିତ ଖବର