ତିନି ଦଶନ୍ଧି ପରେ ଗୋଟିଏ ପରଦାରେ ନଜର ଆସିବେ ରଜନୀକାନ୍ତ ଓ କମଲ ହସନ!

ଚେନ୍ନାଇ: ପୂର୍ବରୁ ପ୍ରାୟ ୧୬ଟି ଚଳଚ୍ଚିତ୍ରରେ ଏକତ୍ର ନଜର ଆସିଥିବା ସାଉଥ୍‌ ସୁପର୍‌ଷ୍ଟାର୍‌ ରଜନୀକାନ୍ତ ଓ କମଲ୍‌ ହସନ ଦୀର୍ଘ ୩୫ ବର୍ଷ ପରେ ପୁଣି ଏକା ସାଙ୍ଗରେ ପରଦାରେ ନଜର ଆସିପାରନ୍ତି ବୋଲି ସୂଚନା ରହିଛି। ସହ-କଳାକାର ହେବା ସହ ଏହି ଦୁଇ ଅଭିନେତା ଦୁଇ ଭଲ ବନ୍ଧୁ ମଧ୍ୟ। ଶୁଣିବାକୁ ମିଳିିଛି ଯେ ଦୀର୍ଘ ବର୍ଷ ପରେ ପୁଣି  ଗୋଟିଏ ପ୍ରକଳ୍ପରେ ସାଙ୍ଗ ହୋଇ କାମ କରିପାରନ୍ତି କମଲ୍‌ ଓ ରଜନୀ।

Chennai Memes

ଚର୍ଚ୍ଚା ହେଉଛି ଯେ ଫିଲ୍ମ ‘କୈଥି’ର ନିର୍ମାତା ଲୋକେଶ ଦୀର୍ଘ ୩ ଦଶନ୍ଧି ପରେ ଏହି ଦୁଇ ସୁପର୍‌ଷ୍ଟାର୍‌ଙ୍କୁ ଏକା ସଙ୍ଗେ ‌ଅଭିନୟ କରାଇବାକୁ ଚିନ୍ତା କରୁଛନ୍ତି।

ରିପୋର୍ଟରୁ ଜାଣିବାକୁ ମିଳିଛି ‌ଯେ ଚେନ୍ନାଇରେ ରଜନୀକାନ୍ତଙ୍କୁ ତାଙ୍କ ବାସଭବନରେ ଲୋକେଶ ଭେଟିଛନ୍ତି। ତେବେ, ଏହି ପ୍ରକଳ୍ପକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ଯଦି ପ୍ରକଳ୍ପ କାର୍ଯ୍ୟକାରୀ ହୁଏ ତେବେ ୨୦୨୦ ମସିହାରେ ଏହା ପରଦାକୁ ଆସିବ।

ସମ୍ବନ୍ଧିତ ଖବର