ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ରଣବୀର କପୁର ନିଜର ପ୍ରୋଫେସ୍ନାଲ ଲାଇଫ୍ଠାରୁ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଏଇକିଛି ଦିନ ହେବ ତାଙ୍କ ନାମ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହିତ ଯୋଡ଼ା ଯାଉଛି। ଅୟାନ୍ ମୁଖାର୍ଜୀଙ୍କ ସିନୋମ ‘ବ୍ରହ୍ମାଶସ୍ତ୍ର’ରେ ଆଲିୟା ଓ ରଣବୀରଙ୍କୁ ପ୍ରଥମଥର ଏକାଠି ଦେଖିବାକୁ ମିଳିଥିଲା। ସିନେମା ବ୍ୟତୀତ ଦୁହିଁଙ୍କୁ ଅନେକ ସମୟରେ ଏକାଠି ବୁଲିବାର ଦୃଶ୍ୟ ମଧ୍ୟ କ୍ୟାମେରାରେ କୈଦ୍ ହୋଇଛି। ‘ବ୍ରହ୍ମାଶସ୍ତ୍ର’ ସିନେମାରେ ରଣବୀର ଓ ଆଲିଆଙ୍କ ବ୍ୟତୀତ ଅଭିତାଭ ବଚ୍ଚନ ଓ ମୌନି ରାଏବି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।
Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ରଣବୀର ଦେଇଥିବା ଏକ ସାକ୍ଷାତକାରରେ ଇସାରା କରି ଆଲିଆ ଭଟ୍ଟ ସହିତ ତାଙ୍କ ସମ୍ପର୍କ ଅଛି ବୋଲି ସ୍ୱୀକାର କରିଥିଲେ। ଯେତେବେଳେ ତାଙ୍କୁ ପଚରା ଯାଇଥିଲା କି କ’ଣ ଆପଣ ଆଲିଆ ଭଟ୍ଟଙ୍କୁ ଡେଟିଂ କରୁଛନ୍ତି? ରଣବୀର ଏହାର ଉତ୍ତରରେ କହିଥିଲେ, ଏହା ମୋ ପାଇଁ ସମ୍ପୂର୍ଣ୍ଣ ନୂଆ, ମୁଁ ଏହି ବିଷୟରେ କିଛି ଆଲୋଚନା କରିବାକୁ ଚାହୁଁନାହିଁ। ଏହି ସମ୍ପର୍କ ବିଷୟରେ କିଛି କାହିବା ପାଇଁ ମୋତେ ଆଉ କିଛି ସମୟ ଦରକାର।
ଏହି ସାକ୍ଷାତକାର ପୂର୍ବରୁ ରଣବୀର ଆଉ ଏକ ଇଣ୍ଟରଭ୍ୟୁରେ ଆଲିଆ ଓ ତାଙ୍କ ସମ୍ପର୍କକୁ ନେଇ କହିଥିଲେ, ହଁ ମୁଁ ଏକ ପୁଅ ହିସାବରେ ଆଲିଆଙ୍କ ସହିତ ମୋର ସମ୍ପର୍କ ଅଛି। ସେହିପରି ଆଲିଆ ମଧ୍ୟ ରଣବୀରଙ୍କୁ ସ୍ନେହ କରନ୍ତି ବୋଲି ପୂର୍ବରୁ କହିସାରିଛନ୍ତି।