ରଣବୀର କପୁରଙ୍କ ଦଶମ ପରୀକ୍ଷା ଫଳ ବାହାରିବା ପରେ ଆମେରିକାରେ ହୋଇଥିଲା ପାର୍ଟି, ଜାଣନ୍ତି କି କେତେ ପ୍ରତିଶତ ନମ୍ବର ରଖିଥିଲେ ରଣବୀର

ମୁମ୍ବାଇ: ଏବେ ବକ୍ସ ଅଫିସର ନୂଆ ବାଦ୍‌ଶାହା ପାଲଟିଛନ୍ତି ରଣବୀର କପୁର । ଫିଲ୍ମ ‘ସଞ୍ଜୁ’ ଏବେ ୫୦୦କୋଟି କ୍ଲବ୍‌ରେ ସାମିଲ ହୋଇ ସାରିଥିବା ବେଳେ ରଣବୀର ଏବେ ସମସ୍ତଙ୍କୁ ପଛରେ ପକାଇଛନ୍ତି । ୬ବର୍ଷ ପୂର୍ବେ ୧୦୦କୋଟି କ୍ଲବ୍‌ରେ ରଣବୀରଙ୍କ ଫିଲ୍ମ ସାମିଲ ହୋଇ ରହି ଯାଉଥିବା ବେଳେ ଏବେ ସେ ୫୦୦କେଟି କ୍ଲବ୍‌ରେ ସାମିଲ ହୋଇ ନୂଆ ରେକର୍ଡ଼ କରିଛନ୍ତି । ଫିଲ୍ମଟି ଆଗକୁ ଅନେକ ଆହୁରି ଆୟ କରିବ ବୋଲି ମଧ୍ୟ ଶୁଣା ଯାଉଛି । ତେବେ ଆପଣ ଜାଣିଛନ୍ତି କି? ଏବେ ବକ୍ସ ଅଫିସର ରାଜା ପାଲଟିଥିବା ରଣବୀର ଦଶମ ବୋର୍ଡ଼ ପରୀକ୍ଷାରେ କେତେ ପ୍ରତିଶତ ନମ୍ବର ରଖିଥିଲେ? ସବୁଠୁ ବଡ଼ କଥା ହେଲା ରଣବୀର ଦଶମ ପରୀକ୍ଷାରେ ରଖିଥିବା ମାର୍କ ପାଇଁ ପାର୍ଟି ରଖାଯାଇଥିଲା । ସେ ପୁଣି ଏଠି କେଉଁଠି ନୁହେଁ ବରଂ ଆମେରିକାରେ ପାର୍ଟି ରଖା ଯାଇଥିଲା ।

Latest Breaking News

ମାତ୍ର ୫୮%ମାର୍କ ରଖିଥିଲେ ମଧ୍ୟ ରଣବୀରଙ୍କ ପରିବାର ଆମେରିକାରେ ପାର୍ଟି କରିଥିଲେ । କପୁର ପରିବାରରେ ପ୍ରଥମ ଦୁଇ ତିନି ପିଢ଼ି ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରି ନଥିବା ବେଳେ ରଣବୀର ୫୮ପ୍ରତିଶତ ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ଯାହା ରଣବୀରଙ୍କ ପରିବାରକୁ ଖୁସି କରିଥିଲା । ଏ କଥା ରଣବୀର ଏକ ସାକ୍ଷାତକାରରେ ଯୋଗ ଦେଇ କହିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର