ଗୋଟାଏ ଶବ୍ଦରେ ସଲମାନଙ୍କୁ ବର୍ଣ୍ଣନା କରନ୍ତୁ ପ୍ରଶ୍ନର ଏପରି ଉତ୍ତର ରଖିଲେ କିଙ୍ଗ୍‌ଖାନ

ମୁମ୍ବାଇ: ବଲିଉଡ୍‌ରେ ଶାହାରୁଖ ଖାନ ଓ ସଲମାନ ଖାନଙ୍କ ଯୋଡ଼ି ବେଶ୍‌ ଲୋକପ୍ରିୟ। ଏହି ଦୁଇ ସୁପର୍‌ଷ୍ଟାର୍‌ ଯେଉଁ ଚଳଚ୍ଚିତ୍ରରେ ଏକତ୍ର ନଜର ଆସିଥାନ୍ତି ତାହାକୁ ଦେଖିବା ପାଇଁ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ଉତ୍ସୁକତା ରହିଥାଏ ନିଶ୍ଚୟ। ଏହି ଦୁଇ ସୁ ପର୍‌ଷ୍ଟାର୍‌ଙ୍କ ମଧ୍ୟରେ ଉତ୍ତମ ବନ୍ଧୁତ୍ୱ ମଧ୍ୟ ଦେଖିବାକୁ ମିଳିଛି।

ନିକଟରେ ଶାହାରୁଖଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନର ବଢ଼ିଆ ଉତ୍ତର ରଖିଛନ୍ତି କିଙ୍ଗ୍‌ ଖାନ୍‌। ସଲମାନ ଖାନଙ୍କୁ ଗୋଟାଏ ଶବ୍ଦରେ ବର୍ଣ୍ଣନା କରନ୍ତୁ ବୋଲି କୁହାଯିବାରୁ ଶାହାରୁଖ କହିଛନ୍ତି, ‘ଭାଇଠାରୁ ବଡ଼ କ’ଣ ହୋଇପାରେ। ମୋ ପରି କେହି, ଯିଏ କି ଖୁବ୍‌ କମ୍‌ ବୟସରେ ନିଜ ବାପାମାଆଙ୍କୁ ହରାଇଥିବ।’ ସଲମାନଙ୍କୁ ଭାଇ ବୋଲି ଖୁବ୍‌ ଭଲ ଓ ଭାବପୂର୍ଣ୍ଣ ଶୈଳୀରେ ପ୍ରକାଶା କରିଛନ୍ତି ଶାହାରୁଖ।

‘ଆସ୍କ ଶାହାରୁଖ’ ସେସନ୍‌ରେ ଜଣେ ଟୁଇଟର୍‌ ବ୍ୟବହାରକାରୀ ପଚାରିଥିବା ପ୍ରଶ୍ନର ଏପରି ଉତ୍ତର ରଖିଛନ୍ତି କିଙ୍ଗ୍‌ଖାନ। ବ୍ୟବହାରକାରୀ ଜଣକ ଶାହାରୁଖଙ୍କୁ ସଲମାନଙ୍କ ବିଷୟରେ ଗୋଟିଏ ଶବ୍ଦରେ କହିବାକୁ କହିଥିଲେ।

ସମ୍ବନ୍ଧିତ ଖବର