୭୨ବର୍ଷ ବୟସରେ ବିବାହ କରିବେ ବୋଲି ସମସ୍ତଙ୍କୁ ଜଣାଇଲେ ଭାଇଜାନ୍‌ ସଲମାନ, ଜାଣନ୍ତୁ ଏହା ପଛର କାରଣ…

ମୁମ୍ବାଇ: ୨୦୧୮ରେ ବଲିଉଡ୍‌ର ଅନେକ କଳାକାର ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଏବେ ବି ସଲମାନ କେବେ ବିବାହ କରିବେ ବୋଲି ତାଙ୍କ ପ୍ରଶଂସକମାନେ ଅପେକ୍ଷା କରି ବସିଛନ୍ତି । ଅନେକ ସମୟରେ ତାଙ୍କ ବିବାହ କେବେ ହେବ ବୋଲି ତାଙ୍କୁ ପଚରା ଯାଇଥିବା ବେଳେ ସେ ସବୁବେଳେ ଏ ପ୍ରଶ୍ନକୁ ଏଡ଼ାଇ ଦେଇଥାନ୍ତି । କିନ୍ତୁ ଏବେ ସେ ଦ କପିଲ ଶର୍ମା ସୋ’ରେ ପହଞ୍ଚି ନିଜ ବିବାହର ବୟସ କହିଥିବା ଦେଖିବାକୁ ମିଳିଛି ।

 

View this post on Instagram

 

#Bharat on #TheKapilSharmaShow @beingsalmankhan @bharat_thefilm

A post shared by Atul Agnihotri (@atulreellife) on

ସୂଚନା ମୁତାବକ, ସଲମାନ କପିଲଙ୍କ ସୋ’ରେ ପହଞ୍ଚିଥିବା ବେଳେ ତାଙ୍କୁ କପିଲ ତାଙ୍କ ବିବାହ ବିଷୟରେ ପଚାରିଥିଲେ । ଯାହାର ଉତ୍ତରରେ, ଫିଲ୍ମ ଭାରତରେ ବି ମୁଁ ୭୨ବର୍ଷ ପର୍ଯ୍ୟନ୍ତ ବିବାହ କରୁନାହିଁ । ସେଥିପାଇଁ ଏବେ ମୁଁ ସେହି ସ୍କ୍ରିପ୍ଟକୁ ଅନସରଣ କରୁଛି ବୋଲି କହିଥିଲେ ସଲମାନ । ଯାହା ଶୁଣି ସ୍କ୍ରିପ୍ଟ ତ ଏବେ ତିଆରି ହେଲା, ଏହା ପୂର୍ବରୁ କାହାକୁ ଅନୁସରଣ କରୁଥିଲ ବୋଲି ପଚାରିଥିଲେ କପିଲ । ଯାହାକୁ ଶୁଣି ହସିବାକୁ ଲାଗିଥିଲେ ସଲମାନ ।

ସମ୍ବନ୍ଧିତ ଖବର