ଦିବ୍ୟାଙ୍କାଙ୍କ ସହ ସଂପର୍କ ଭାଙ୍ଗିବା ପଛର କାରଣ ବଖାଣିଲେ ଶରଦ: କହିଲେ, ବିବାହ କଥା ଶୁଣି ମୋ ପାଦ ଥଣ୍ଡା ହୋଇ ଯାଉଥିଲା

ମୁମ୍ବାଇ : ଏକ ସମୟରେ ଅଭିନେତା ଶରଦ ମାଲହୋତ୍ରା ଏବଂ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା । ଦୁଇ ଜଣଙ୍କୁ ସମସ୍ତେ ଆଦର୍ଶ ଯୋଡ଼ି ବୋଲି ଭାବୁଥିଲେ । ଧାରାବାହିକ ‘ବନୁ ମେଁ ତେରି ଦୁହ୍ଲନ’ରେ ଦୁଇ ଜଣ ଏକା ସାଙ୍ଗରେ କାମ କରିଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ୭ବର୍ଷ ଦୁଇଜଣ ସାଥିରେ ରହିବା ପରେ ହଠାତ୍‌ ବ୍ରେକ୍‌ ଅପ୍‌ର ଖବର ସାମ୍ନାକୁ ଆସିଥିଲା, ଯାହା ସେମାନଙ୍କ ପ୍ରଶଂସକଙ୍କୁ ଦଃଖିତ କରିଥିଲା ।

Times of India

ଏବେ ଦୁହେଁ ନିଜ ନିଜ ଜୀବନରେ ଖୁସି ଥିବା ବେଳେ ଦିବ୍ୟାଙ୍କା ବିବେକ ଦହିୟାଙ୍କୁ ବିବାହ କରି ସାରିଛନ୍ତି । କିନ୍ତୁ ଏତେ ଦିନ ପରେ ଶରଦ ନିଜର ଭୁଲ ବୁଝିବା ସହ ବିଚ୍ଛେଦର କାରଣ ଜଣାଇଛନ୍ତି । ଏକ ଖବର କାଗଜକୁ ସାକ୍ଷାତକାର ଦେଇ ସେ କହିଛନ୍ତି,”ମୁଁ ମୋ ପୁରୁଣା ସଂପର୍କକୁ ନେଇ କିଛି କହିବି ନାହିଁ । ଖାଲି ଏତିକି କହିବି ସେ ସମୟ ବହୁତ ସୁନ୍ଦର ଥିଲା । କିନ୍ତୁ ଯେତେବେଳେ ବିବାହ କଥା ଉଠୁଥିଲା ମୋର ପାଦ ଥଣ୍ଡା ହୋଇ ଯାଉଥିଲା । ବିବାହ କଥା ଶୁଣି ମୁଁ ଡ଼ରି ଯାଉଥିଲି । ସେ ସମୟରେ ମୁଁ କିଛି ବୁଝିପାରୁ ନଥିଲି । ମଣିଷ ହିସାବରେ ସମସ୍ତେ ଭୁଲ କରନ୍ତି । ମୁଁ ମଧ୍ୟ ସେ ସମୟରେ କରିଥିଲି । ଯାହାର ଅନୁଭବ ମୁଁ ଏବେ କରୁଛି । କିନ୍ତୁ ମନରେ କୌଣସି କଠୋର ଭାବନା ନାହିଁ । ଦିବ୍ୟାଙ୍କ ନିଜ ଜୀବନରେ ଖୁସି ଥିବା ବେଳେ ମୁଁ ମଧ୍ୟ ଖୁସିରେ ଅଛି।”

ସମ୍ବନ୍ଧିତ ଖବର