ପ୍ରଥମ ଦେଖାରେ ସୋନମ ପିନ୍ଧିଥିବା ଏହି ଜିନିଷକୁ ନାପସନ୍ଦ କରି ନୂଆ ବରାଦ କରିଥିଲେ ଆନନ୍ଦ

ମୁମ୍ବାଇ: ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ସୋନମ କପୁର୍‌। ‘ଏକ୍‌ ଲଡକିକୋ ଦେଖା ତୋ ଏସେ ଲଗା’ ଚଳଚ୍ଚିତ୍ରରେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ସଭିଙ୍କ ମୁହଁରେ ଏବେ ସୋନମଙ୍କ ନାଁ। ତେବେ ଆପଣ ଜାଣିଥିବେ ନିଶ୍ଚୟ ଏହି ଅଭିନେତ୍ରୀ ଜଣକ ଗତ ବର୍ଷ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ପ୍ରେମ ବିବାହ କରିଥିଲେ।

ଦୀର୍ଘ ଦିନ ବ୍ୟବଧାନ ପରେ ନିଜ ପତିଙ୍କ ସଂପର୍କରେ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ସୋନମ। ସେ ସମୟର କଥାକୁ ମନେ ପକାଇ ସୋନମ କହନ୍ତି ଆନନ୍ଦଙ୍କ ସହ ତାଙ୍କ ପ୍ରଥମ ସାକ୍ଷାତ୍‌ରେ ସେ ପିନ୍ଧିଥିବା ଜୋତାକୁ ପସନ୍ଦ କରିନଥିଲେ ଆନନ୍ଦ।

ଏ ସଂପର୍କରେ ସୋନମ କହନ୍ତି, ‘ ଆନନ୍ଦଙ୍କ ସହ ମୋର ପ୍ରଥମ ସାକ୍ଷାତ୍‌ ସମୟରେ ମୁଁ ସ୍ନିକର୍‌ ପିନ୍ଧିଥିଲି। ଆନନ୍ଦଙ୍କ ହିସାବରେ ତାହା ଥିଲା ଖୁବ୍‌ ପୁରୁଣାକାଳିଆ। ସେ ମୋ ଜୋତାକୁ ଦେଖିବା ମାତେ କହିଥିଲେ କି, ଆମେ ୟାର୍‌। ଏ କ’ଣ ତୁମେ ସ୍ନିକର୍‌ ପିନ୍ଧିଛ? ତତ୍‌କ୍ଷଣାତ ସେ ମୋତେ ଏପରି ଜୋତା ପିନ୍ଧିବାକୁ ମନା କରିବା ସହ କିଛି ଭଲ ବ୍ରାଣ୍ଡ୍‌ର ଜୋତା ମୋ ପାଇଁ ବରାଦ କରିଥିଲେ। ଯେଉଁଗୁଡ଼ିକ କି ବାସ୍ତବରେ ଖୁବ୍‌ ଦାମିକିଆ ଥିଲା।’

ସମ୍ବନ୍ଧିତ ଖବର