କାଠୁଆ ଗଣଦୁଷ୍କର୍ମକୁ ବିରୋଧ ଚର୍ଚ୍ଚା ପାଲଟିଲା ସନ୍ନିଙ୍କ ପୋଷ୍ଟ୍‍, ଝିଅକୁ ଜାବୁଡ଼ି ଧରି ଇନ୍‌ଷ୍ଟାରେ ଦେଲେ ଫଟୋ

ନୂଆଦିଲ୍ଳୀ: କାଠୁଆ ଦୁଷ୍କର୍ମ-ହତ୍ୟା ମାମଲାରେ ପୂରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି। ଏହି ଘଟଣା ଅନେକଙ୍କୁ ଦୁଃଖୀ କରିବା ସହ ଅନେକ ଏଥିରେ କ୍ରୋଧ ପ୍ରକାଶ କରିଛନ୍ତି। ଏହି ମାମଲା ପ୍ରଭାବରେ ଉଠୁଛି ପଡୁଛି ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟୁଇଟର୍‌। ଟୁଇଟର୍‌ରେ ଅନେକ ବ୍ୟବହାରକାରୀ ପୀଡ଼ିତା ନାବାଳିକାଙ୍କୁ ନ୍ୟାୟ ମିଳିବା ନେଇ ସ୍ୱର ଉଠାଇଛନ୍ତି। ନିକଟରେ ବଲିଉଡ୍‌ ତାରକା ଅନୁଷ୍କା ଶର୍ମା, ଅଭିଷେକ ବଚ୍ଚନ, ସଞ୍ଜୟ ଦତ୍ତ, ଅନୀଲ କପୁର, ସୋନମ କପୁର୍‌, ଅର୍ଜୁନ କପୁର୍‌, ଦିଆ ମିର୍ଜା, ଫର୍‌ହା ଅକ୍‌ତାର, ଜାଭେଦ ଅକ୍‌ତାର, କାଲ୍‌କି କୋଚଲିନ୍‌, ରିଚା ଚଢ଼ା, ଭିର୍‌ ଦାଶ ଆଦି ସୋସିଆଲ୍‌ ମିଡିଆରେ ନିଜର ରାଗ ଓ ସମବେଦନା ଜଣାଇଥିଲେ।

 

ଆଜି ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ୍‍ କରିଛନ୍ତି। ଫଟୋଟିରେ ସନ୍ନି ନିଜର ୨ ବର୍ଷୀୟା ଝିଅ ନିଶା କୌର୍‌ େଓ୍ଵବର୍‌ଙ୍କୁ ନିଜ ଛାତିରେ ଲଗାଇ ଜାବୁଡ଼ି ଧରିଛନ୍ତି। ସେ ଲେଖିଛନ୍ତି କି ‘ମୁଁ ପଣ କରୁଛି ଯେ ମୋର ଶରୀର, ଆତ୍ମା ଓ ହୃଦୟ ସବୁବେଳେ ତୋତେ ରକ୍ଷା କରିବ। ଏପରିକି ତୋ ସୁରକ୍ଷା ପାଇଁ ମୁଁ ମୋ ଜୀବନ ବି ଦେଇପାରିବି। ଚାଲନ୍ତୁ ଆମ ନିଜ ପିଲାକୁ ଆହୁରି ଟିକେ ଶ୍ରଦ୍ଧାର ସହ ପାଖରେ ଧରିବା। ଏହି ସୈତାନ ଦୁନିଆର କୁଦୃଷ୍ଟିରୁ ତାଙ୍କୁ ସୁରକ୍ଷା ଦେବା।’

ସମ୍ବନ୍ଧିତ ଖବର