ଫିଲ୍ମ ‘କେଦାରନାଥ’ ପରେ ଚମକିଲା ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ଭାଗ୍ୟ,ଏକା ସାଙ୍ଗରେ ୧୨ଟି ଫିଲ୍ମର ଅଫର ମିଳିଲା

ମୁମ୍ବାଇ : କିଛି ଦିନ ତଳେ ରିଲିଜ୍‌ ହୋଇଥିଲା ଫିଲ୍ମ ‘କେଦାରନାଥ୍‌’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ଏବଂ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ । ଫିଲ୍ମ ରିଲିଜ୍‌ ପରେ ଦର୍ଶକଙ୍କୁ ସାରା ଏବଂ ସୁଶାନ୍ତ ଅଭିନୟ ଖୁବ୍‌ ପସନ୍ଦ ଆସିଥିଲା । ଏବେ ଏହି ଫିଲ୍ମ ସୁଶାନ୍ତଙ୍କ ଶେଷ ହେଉଥିବା କ୍ୟାରିୟରକୁ ପୁଣି କୂଳକୁ ନେଇ ଆସିଥିବା ଜଣାପଡ଼ିଛି । ଏହି ଫିଲ୍ମ ପରେ ସୁଶାନ୍ତଙ୍କୁ ଗୋଟେ କି ଦୁଇଟି ନୁହେଁ ଏକା ସାଙ୍ଗରେ ୧୨ଟି ଫିଲ୍ମ ଅଫର ମିଳିିଛି ।

Zee News

ଏହି ଖବରର ଖୁଲାସା ସୁଶାନ୍ତ ଏକ ସାକ୍ଷାତକାରରେ କରିବା ପରେ ସତ ସାମ୍ନାକୁ ଆସିଛି । ମୋତେ ୧୨ଟି ଫିଲ୍ମ ପାଇଁ ପ୍ରସ୍ତାବ ମିଳିଛି । କିନ୍ତୁ ମୁଁ କେଉଁ ଫିଲ୍ମର ସୁଟିଂ ଆଗ ଆରମ୍ଭ କରିବି, ତାହା ଏବେ ପର୍ଯ୍ୟନ୍ତ ଜାଣି ନାହିଁ ବୋଲି ସୁଶାନ୍ତ କହିଛନ୍ତି । ଅନ୍ୟ ପକ୍ଷରେ କିଛି ଦିନ ତଳେ ସୁଶାନ୍ତଙ୍କ ଆଗାମୀ ଫିଲ୍ମ ସୋନଚିଡିଆର ଟ୍ରେଲର ରିଲିଜ୍‌ ହୋଇଥିଲା । ଟ୍ରେଲରରେ ଥବା ସୁଶାନ୍ତଙ୍କ ଲୁକ୍‌ ଏବଂ ଅଭିନୟଙ୍କୁ ଦର୍ଶକ ପସନ୍ଦ କରୁଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର