ବ୍ରେକ୍‌ଅପ୍‌ ଖବର ମଧ୍ୟରେ ସୁସ୍ମିତା-ରୋହମାନଙ୍କ ରୋମାନ୍ସ, ଫଟୋ ସେୟାର କରି ସୁସ୍ମିତା ଲେଖିଲେ; ‘ଆଇ ଲଭ୍‌ ୟୁ’

ମୁମ୍ବାଇ: ଇନ୍‌ଷ୍ଟାଗ୍ରାମ ଜରିଆରେ ନିଜ ପ୍ରେମିକ ରୋହମାନ ଶୌଲଙ୍କୁ ଭେଟିବା ପରେ ତାଙ୍କ ପ୍ରେମରେ ପଡ଼ି ଯାଇଥିଲେ ଅଭିନେତ୍ରୀ ସୁସ୍ମିତା ସେନ୍‌ । ଯାହାର କିଛି ଦିନ ପରେ ସୁସ୍ମିତା ରୋହମାନଙ୍କ ବିଷୟରେ ପୂରା ଦୁନିଆକୁ ଜଣାଇଥିଲେ । ତେବେ କିଛି ଦିନ ତଳେ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ରୋହମାନଙ୍କ ସହ ଫଟୋ ସେୟାର କରି ସମସ୍ତ ଚର୍ଚ୍ଚାର ଅବସାନ ଘଟାଇଛନ୍ତି ସୁସ୍ମିତା । ଦୁହିଁଙ୍କ ଜିମ୍‌ରେ ଥିବା ସମୟର ଫଟୋ ସେୟାର କରି କ୍ୟାପ୍‌ସନରେ ଆଇ ଲଭ ୟୁ ଲେଖିଥିଲେ ସୁସ୍ମିତା ।

 

View this post on Instagram

 

He’s lean…she’s mean ??I love you @rohmanshawl ???❤️ #backtobasics #gym #home #dubai #wegotthis ? I love you guys!!!?

A post shared by Sushmita Sen (@sushmitasen47) on

ସୂଚନା ମୁତାବକ, କିଛି ଦିନ ତଳେ ରୋହମାନ ନିଜ ଇନ୍‌ଷ୍ଟାରେ କିଛି ଦୁଃଖଦପୂର୍ଣ୍ଣ ଷ୍ଟୋରୀ ସେୟାର କରିଥିଲେ । ଯାହାକୁ ଦେଖି ତାଙ୍କର ସୁସ୍ମିତାଙ୍କ ସହ ବ୍ରେକ୍‌ଅପ୍‌ ହୋଇ ଯାଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏଭଳି ଚର୍ଚ୍ଚା ହେବା ପରେ ପ୍ରଥମେ ରୋହମାନ ନିଜ ଇନ୍‌ଷ୍ଟାରେ ବ୍ରେକ୍‌ଅପ୍‌ ହୋଇ ନଥିବା ନେଇ ସ୍ପଷ୍ଟ କରିଥିବା ବେଳେ ଏବେ ସୁସ୍ମିତା ଫଟୋ ସେୟାର କରି ବ୍ରେକଅପ ଖବର ସଂପୂର୍ଣ୍ଣ ଗୁଜବ ବୋଲି ପ୍ରମାଣ କରିଛନ୍ତି ।

ସମ୍ବନ୍ଧିତ ଖବର