ପିତାଙ୍କ ପାଖକୁ ଅାତ୍ମରତିର ଭିଡିଓ କ୍ଲିପ୍‌ ପଠାଇଥିବା ଟୁଇଟର ବ୍ୟବହାରକାରୀଙ୍କୁ ଏପରି କଡ଼ା ଜବାବ ଦେଲେ ସ୍ୱରା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କୁ ନେଇ ଉଠିଥିବା ହସ୍ତମୈଥୁନ ବିବାଦ ଥିମିବାର ନାମ ହିଁ ନେଉ ନାହିଁ। ନିକଟରେ ଜଣେ ଟୁଇଟର ବ୍ୟବହାରକାରୀ ହସ୍ତମୈଥୁନର  ଏକ ଭିଡିଓ କ୍ଲିପ୍‌ ସ୍ୱରାଙ୍କ ପିତାଙ୍କୁ ପଠାଇ ଥିଲେ। ସ୍ୱରା ବି ଏହି ଭିଡିଓକୁ ନେଇ ଟ୍ରୋଲ କରୁଥିବା ବ୍ୟକ୍ତିଙ୍କୁ କଡ଼ା ଜବାବ ଦେଇ ଆସିଛନ୍ତି। ଏଇ ଥର ବି ସ୍ୱରା ତାଙ୍କ ପିତାଙ୍କ ପାଖକୁ ଭିଡିଓ କ୍ଲିପ୍‌ ପଠାଇଥିବା ଟୁଇଟର ବ୍ୟବହାରୀଙ୍କୁ କଡା ଜବାବ ଦେଇଛନ୍ତି।

ସ୍ୱରା ଭାସ୍କରଙ୍କ ପିତା ପୂର୍ବତନ ନେଭାଲ ଅଫିସର ଉଦୟ ଭାସ୍କର ସିକ୍ୟୁରିଟି ଏକ୍ସପର୍ଟ ଓ ଦେଶର ସୁରକ୍ଷା ନେଇ ନିଜର ରାୟ ରଖି ଥାଆନ୍ତି। ନିକଟରେ ସେ ସୁପ୍ରିମକୋର୍ଟ ଦ୍ୱାରା ଐତିହାସିକ ଧାରା ୩୭୭ ଅପରାଧ ଶ୍ରେଣୀରୁ ବାହାର କରିବା ପାଇଁ ଟୁଇଟ କରିଥିଲେ। ତାଙ୍କ ଏହି ଟୁଇଟକୁ ନେଇ ଅଗ୍ରବୀର ପଲାସ ନାମକ ଜଣେ ଯୁବକ ସ୍ୱରା ଭାସ୍କରଙ୍କ ଫଟୋ ଦେଇ କମେଣ୍ଟ କରିଥିଲେ।

ପଲାସ ସିନେମା ‘ବୀରା ଦ େଓ୍ଵଡିଙ୍ଗ୍‌’ରେ ସ୍ୱରାଙ୍କ ଏକ ହସ୍ତମୈଥୁନ ସିନ୍‌ର ଫଟୋ ଦେଇ ଲେଖିଛନ୍ତି, ଇଏ କିଏ ଓ କ’ଣ କରୁଛନ୍ତି? ମୁଁ କନ୍‌ଫିୟୁଜ ଅଛି… ମୁଁ ସ୍ୱରାଙ୍କ ବହୁତ ବଡ଼ ପ୍ରଶଂସକ।’

ଏହି ବ୍ୟବହାରକାରୀଙ୍କୁ ଲାଗିଲା ସେ ଏଭଳି କରି ବର୍ତ୍ତି ଯିବେ କିନ୍ତୁ ସ୍ୱରା ଭାସ୍କର ଏମିତି ମଜା ଚଖାଇଲେ କି ଉକ୍ତ ବ୍ୟକ୍ତି ଜଣ କଦାପି ଭୁଲି ପାରିବେ ନାହିଁ। ସ୍ୱରା ଉକ୍ତ ଟୁଇଟର ବ୍ୟବହାରକାରୀଙ୍କୁ ଉତ୍ତର ଦେଇ କହିଛନ୍ତି, ‘ପଲାସ ମୁଁ ଜଣେ ଅଭିନେତ୍ରୀ, ଭାଇବ୍ରେଟିଂ ବ୍ୟବହାର କରିବାର ଅଭିନୟ କରୁଛି। ତୁମକୁ ମୋର ପିତାଙ୍କୁ ଏ ନେଇ ପ୍ରଶ୍ନ ପଚାରିବାର କୌଣସି ଆବଶ୍ୟକତା ନାହିଁ। ଆଗାମୀ ଦିନରେ ଯଦି କିଛି ସନ୍ଦେହ ହେଲା ତେବେ ମୋତେ ପ୍ରଶ୍ନ କରିବ। ଆଉ ନିଜ ନାମର ବୀର ଶବ୍ଦକୁ ହଟାଇ ଦିଅ। ଜଣେ ବୟସ୍କ ବ୍ୟକ୍ତିଙ୍କୁ  ଏପରି ପ୍ରଶ୍ନ କରିବା କିଭଳି ପ୍ରକାର ସାହାସ?

ସମ୍ବନ୍ଧିତ ଖବର