ଧାଡ଼ିରେ ଠିଆ ହେବାକୁ ପଡ଼ିବ ବୋଲି ଜାଣି କାର୍ତ୍ତିକ ଆର୍ଯ୍ୟନଙ୍କୁ ଡେଟ୍‌ କରିବାକୁ ଚାହୁଁ ନାହାନ୍ତି ତାପସୀ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ତାପ୍‌ସୀ ପନ୍ନୁଙ୍କର ଏକ ଭିନ୍ନ ପରିଚୟ ରହିଛି । ଆରମ୍ଭରୁ ତାଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଥିବା ବେଳେ ଏବେ ସେ ଧିରେ ଧିରେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିବା ଆରମ୍ଭ କରିଛନ୍ତି । ତେବେ ସବୁ ବେଳେ ସେ ନିଜ ଫିଲ୍ମ ବା ଫଟୋକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ କେବେ ହେଲେ ତାଙ୍କ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ରହି ନାହାନ୍ତି । କିନ୍ତୁ ଏବେ ସେ ଅଭିନେତା କାର୍ତ୍ତିକଙ୍କୁ ଡେଟ୍‌ କରିବାକୁ ନେଇ ଯେଉଁ ବୟାନ ଦେଇଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

Filmymantra.com

ନିଜର ଆଗାମୀ ଫିଲ୍ମ ଗେମ୍‌ ଓଭରକୁ ନେଇ ପିଙ୍କ୍‌ଭିଲାକୁ ସାକ୍ଷାତକାର ଦେଇଥିଲେ ତାପସୀ । ଯେଉଁଠି ତାଙ୍କୁ କାର୍ତ୍ତିକଙ୍କୁ ଡେଟ୍‌ କରିବା କଥା କୁହାଯାଇଥିଲା । କାର୍ତ୍ତିକଙ୍କ ନାଁ ଶୁଣି ସେ ତୁରନ୍ତ ମନା କରି ଦେଇଥିଲେ । ତାଙ୍କ ଅନୁଯାୟୀ, କାର୍ତ୍ତିକଙ୍କୁ ଏବେ ଅନେକ ଅଭିନେତ୍ରୀ ପସନ୍ଦ କରୁଛନ୍ତି । ଏତେ ଭିଡ଼ ଥିବା ବେଳେ ମୁଁ ଧାଡ଼ିରେ ଠିଆ ହୋଇ ପାରିବି ନାହିଁ । ସେଥିପାଇଁ ମୁଁ କାର୍ତ୍ତିକଙ୍କୁ ଡେଟ୍‌ କରିବି ନାହିଁ ବୋଲି କହିଥିଲେ ତାପସୀ ।

ସମ୍ବନ୍ଧିତ ଖବର