େଓ୍ଵବ୍ ସିରିଜ୍ର ସୁଟିଂ ସମୟରେ ବଲିଉଡ୍ ଅଭିନେତ୍ରୀ ମାହି ଗିଲଙ୍କ ଉପରେ ଆକ୍ରମଣ , ୭ଜଣ ଅଭିଯୁକ୍ତ ଗିରଫ
ମୁମ୍ବାଇ : େଓ୍ଵବ୍ ସିରିଜ୍ ‘ଫିକ୍ସର’ର ସୁଟିଂ ସେଟ୍ରେ ଅଭିନେତ୍ରୀ ମାହି ଗିଲ ଏବଂ କ୍ର୍ୟୁ ସଦସ୍ୟଙ୍କ ଉପରେ ମାରଣାନ୍ତକ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ମାହିଙ୍କୁ ବଞ୍ଚାଇବାକୁ ଯାଇ େଓ୍ଵବ୍ ସିରିଜ୍ର ଡିଓପିଙ୍କୁ ଗଭୀର ଆଘାତ ଲାଗିଥିବା ଜଣା ପଡ଼ିଛି । ତେବେ ଏ ନେଇ ପୁଲିସରେ ଅଭିଯୋଗ କରାଯିବା ପରେ ପୁଲିସ ୭ଜଣଙ୍କୁ ଗିରଫ କରି ନେଇଥିବା ସୂଚନା ମିଳିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ଠାଣେ ଜିଲ୍ଲାର ଘୋଡବନ୍ଦର ଅଞ୍ଚଳରେ େଓ୍ଵବ୍ ସିରିଜ୍ର ସୁଟିଂ ହେଉଥିଲା । ଏହି ସମୟରେ ହଠାତ ୭ଜଣ ଯୁବକ ଲୁହା ରଡ଼ ଏବଂ ବାଡ଼ି ଧରି ସୁଟିଂ ସେଟ୍କୁ ପଶି ଆସିବା ସହ ସମସ୍ତଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ । ମାଡ଼ ମାରିବା ସମୟରେ ବିନା ଅନୁମତିରେ ସୁଟିଂ କରୁଥିବା କହି ମାଡ଼ ମାରି ଚାଲିଥିଲେ ଅଭିଯୁକ୍ତ । କିନ୍ତୁ ସବୁ ଦରକାରୀ ଅନୁମତି ସୁଟିଂ ପାଇଁ ନିଆଯାଇଥିଲା ବୋଲି ପ୍ରା.େଯାଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ତେବେ ଏହି ଆକ୍ରମଣରେ ସୁଟିଂ ସେଟ୍ର ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି । ତେବେ କେଉଁ କାରଣ ପାଇଁ ଅଭିଯୁକ୍ତମାନେ ଆକ୍ରମଣ କରିଥିଲେ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ ।