ସୀତା ଚରିତ୍ର ମୋ ଜୀବନ ବଦଳାଇ ଦେଇଛି: ଦୀପିକା ଚିଖଲିଆ

ନବେ ଦଶକର ରାମାୟଣ‌ରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ ରାମାୟଣର ଏକ ଦୃଶ୍ୟର ଫଟୋ ନିଜ ଇନଷ୍ଟାଗ୍ରାମ୍‌ ପୃଷ୍ଠାରେ ସେୟାର କରି ଏହି ଚରିତ୍ର କିଭଳି ତାଙ୍କ ଜୀବନ ବଦଳାଇ ଦେଇଥିଲା, ତାହା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଯେବେ ମୁଁ ଦୀପିକାରୁ ସୀତା ହୋଇଗଲି, ସେତେବେଳେ ମୁଁ ବାହାରେ ମଧ୍ୟ ସୀତାର ପରିଚୟ ନେଇ ବଞ୍ଚିଲି। ହାଏ ହେଲୋ କହିବା ପରିବର୍ତ୍ତେ ଅନେକେ ମତେ ମୁଣ୍ଡ ନୁଆଁଇ ହାତ ଯୋଡ଼ି ନମସ୍କାର ହେବାକୁ ଲାଗିଲେ। ୩୩ ବର୍ଷ ପରେ ବି ସେଇ ପରିଚୟ ଓ ଲୋକପ୍ରିୟତା ବଜାୟ ରହିଛି। ତାଙ୍କର ଫଲୋଅର୍‌ ସଂଖ୍ୟା ୨ଲକ୍ଷ ୧୩ ହଜାର ଅତିକ୍ରମ କରିଯାଇଛି। ମିଳିଥିବା ସୂଚନା ମୁତାବକ, ରାମାୟଣର ପୁନଃ ପ୍ରସାରଣ ହେବା ପରେ ଏହା ବିଶ୍ବର ସବୁଠୁ ଅଧିକ ଦର୍ଶକ ଦେଖିଥିବା ଧାରାବାହିକ ପାଲଟିଲା। ଏପ୍ରିଲ୍‌ ୧୬ରେ ଦର୍ଶକଙ୍କ ସଂଖ୍ୟା ୭.୭ କୋଟି ଅତିକ୍ରମ କରିଯାଇଥିଲା।

ସମ୍ବନ୍ଧିତ ଖବର