ଜୁହୁ ବେଳାଭୂମିରେ ବାୟୋ-ଟଏଲେଟ୍‌ ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କା ଦେଲେ ଅକ୍ଷୟ କୁମାର

ମୁମ୍ବାଇ : କେବଳ ଚଳଚ୍ଚିତ୍ର ମାଧ୍ୟମରେ ନୁହେଁ ବରଂ ବାସ୍ତବ ଜୀବନରେ ମଧ୍ୟ ସାଧାରଣ ଜନତାଙ୍କୁ ସଚେତନ ଏବଂ ସ୍ୱଚ୍ଛ ରଖିବାକୁ ଚାହାନ୍ତି ବୋଲି ଅକ୍ଷୟ କୁମାର ପ୍ରମାଣିତ କରିଛନ୍ତି । ଜୁହୁ ବେଳାଭୂମିରେ ଲୋକମାନେ ଯେମିତି ଖୋଲାରେ ଶୌଚ ନ କରନ୍ତୁ ସେଥିପାଇଁ ଅକ୍ଷୟ କୁମାର ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣା ପଡ଼ିଛି । ଶିବ୍‌ ସେନାର ମୁଖ୍ୟ ଆଦିତ୍ୟ ଠାକ୍‌ରେଙ୍କ ସହ ହାତ ମିଶାଇ ସେ ଜୁୁହୁ ବେଳାଭୂମିରେ ବାୟୋ-ଟଏଲେଟ୍‌ ନିର୍ମାଣ କରିଥିବା ଖବର ମିଳିଛି । ଜୁହୁ ବେଳାଭୂମିରେ ଲୋକମାନେ ବାହାରେ ଶୌଚ କରି ପରିବେଶକୁ ପ୍ରଦୂଷିତ କରୁଛନ୍ତି ବୋଲି ତାଙ୍କ ପତ୍ନୀ ଟ୍ଵିଙ୍କିଲ୍‌  ଖାନ୍ନା ଟ୍ଵିଟ୍‌ କରିବା ପରେ ଅକ୍ଷୟ କୁମାର ଏହି ପଦକ୍ଷପ ନେଇଥିବା ଜଣାପଡ଼ିଛି ।

Daily Post India

୮ମାସ ତଳେ ଟ୍ଵିଙ୍କିଲ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ଜୁହୁ ବେଳାଭୂମିରେ ଲୋକମାାନଙ୍କୁ ଶୌଚ କରୁଥିବା ଦେଖିଥିଲେ । ଏହା ପରେ ସେ ଏ ନେଇ ଏକ ଟ୍ଵିଟ୍‌ ମଧ୍ୟ କରିଥିଲେ । ଶୁଭ ସକାଳ ଏବଂ ମୁଁ ଭାବୁଛି ଏହା ହେଉଛି ଟଏଲେଟ୍‌ ଏକ୍‌ ପ୍ରେମ କଥାର ଦ୍ୱିତୀୟ ଭାଗର ଏକ ଦୃଶ୍ୟ। ଟ୍ଵିଙ୍କିଲଙ୍କ ଏହି ଟ୍ଵିଟ୍‌କୁ ଅନେକ ପସନ୍ଦ ନ କରିବା ସହ ଉପହାସ କରିଥିଲେ । ବସ୍ତି ଅଞ୍ଚଳରେ ରହୁଥିବା ଲୋକମାନେ କେଉଁଠି ଶୌଚ କରିବେ ବୋଲି କିଛି ଲୋକ ପ୍ରଶ୍ନ କରିଥିଲେ । ଲୋକମାନଙ୍କ ଏହି ପ୍ରଶ୍ନ ପରେ ଜୁହୁ ବେଳାଭୂମିକୁ ସ୍ୱଚ୍ଛ ରଖିବା ପାଇଁ ଅକ୍ଷୟ କୁମାର ଏପରି କରିଥିବା ଜଣା ପଡ଼ିଛି ।

Daily Post India

ସୂଚନା ମୁତାବକ, ଏହି ଟଏଲେଟ୍‌ରେ ୬ଟି କମୋଡ଼୍‍ ଥିବା ବେଳେ ୩ଟି ମହିଳା ଏବଂ ୩ଟି ପୁରୁଷଙ୍କ ପାଇଁ ରହିଛି । ଶୌଚାଳୟ ଭିତରେ ବାୟୋ-ଡ଼ାଇଜେଷ୍ଟର ରହିଛି ଯାହା ଫଳରେ ଭିତରେ ଦୁର୍ଗନ୍ଧ ହେବ ନାହିଁ । ଏହି ଶୌଚାଳୟ ବସ୍ତି ଅଞ୍ଚଳରେ ରହୁଥିବା ଲୋକମାନଙ୍କ ସହ ବୁଲିବାକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ମଧ୍ୟ ଲାଭଦାୟକ ହେବ ବୋଲି ସହାୟକ ନଗରପାଳିକା ଆୟୁକ୍ତ ପ୍ରଶାନ୍ତ ଗାଇକ୍‌ଓ୍ଵାଡ଼୍‍ କହିଛନ୍ତି ।

ସମ୍ବନ୍ଧିତ ଖବର