ଏପ୍ରିଲ ୧୧ରେ ଭାରତ ସହ ୩୮ଟି ଦେଶରେ ରିଲିଜ୍‌ ହୋଇପାରେ ମୋଦୀଙ୍କ ବାୟୋପିକ୍‌

ମୁମ୍ବାଇ : ରିଲିଜ୍‌ ତାରିଖ ଘୋଷଣା ହେବା ପରେ ବିବାଦରେ ରହି ଆସିଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୀବନୀକୁ ନେଇ ନିର୍ମିତ ଫିଲ୍ମ ପି ଏମ୍‌ ମୋଦୀ । ଫିଲ୍ମର ପ୍ରଦର୍ଶନ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ବୋଲି କହି ବିରୋଧି ଦଳ ଏ ନେଇ ଅଭିଯୋଗ ଆଣିବା ପରେ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ କଥା ପହଞ୍ଚିଥିଲା । ଏପ୍ରିଲ ୫ରେ ଫିଲ୍ମଟି ରିଲିଜ୍‌ ହେବାକୁ ଥିବା ବେଳେ ବିରୋଧ ପ୍ରଦର୍ଶନ ପାଇଁ ଫିଲ୍ମର ତାରିଖ ଘୁଞ୍ଚିଥିଲା ।

spotboye.com

ଏବେ ଏପ୍ରିଲ ୧୧ରେ ଫିଲ୍ମକୁ ରିଲିଜ୍‌ କରାଯିବ ବୋଲି ସୁପ୍ରିମ କୋର୍ଟ ଆଦେଶ ଦେବା ପରେ ମୋଦୀ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ତେବେ ଏ ସବୁ ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମୋଦୀଙ୍କ ଲୋକପ୍ରିୟତାକୁ ଦେଖି ତାଙ୍କ ବାୟୋପିକ୍‌କୁ ଭାରତ ଅପେକ୍ଷା ୩୮ଟି ଦେଶରେ ରିଲିଜ୍‌ କରାଯିବାର ଯୋଜନା କରାଯାଉଥିବା କହିଛନ୍ତି ପ୍ରଯୋଜକ ଆନନ୍ଦ ପଣ୍ଡିତ୍‌ । ଭାରତରେ ଏହି ଫିଲ୍ମ ୧୭୦୦ଟି ସ୍କ୍ରିନ୍‌ରେ ରିଲିଜ୍‌ ହେବାକୁ ଥିବା ବେଳେ ବିଦେଶରେ ୬୦୦ସ୍କ୍ରିନ୍‌ର ଫିଲ୍ମକୁ ରିଲିଜ୍‌ କରିବାର ଯୋଜନା ରହିଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର