ଏହି କାରଣ ପାଇଁ ଷ୍ଟାରପ୍ଲସରେ ପ୍ରସାରିତ ଧାରାବାହିକ ‘ୟେ ହୈ ମୋହବତେଁ’ ଛାଡ଼ିଲେ ସଂଗ୍ରାମ ସିଂ

ନୂଆଦିଲ୍ଲୀ: ଷ୍ଟାରପ୍ଲସରେ ପ୍ରସାରିତ ହେଉଥିବା ପ୍ରସିଦ୍ଧ ଧାରାବାହିକ ‘ୟେ ହେ ମହବତେଁ’ରେ କିଛି ଦିନ ହେବ ନଜର ଆସୁ ନାହାନ୍ତି ଖଳନାୟକ ସଂଗ୍ରାମ ସିଂ ଓରଫ୍‌ ଅଶୋକ ଖାନ୍ନା । ସୋ’ରୁ ସେ ଅଚାନକ ଓହରି ଯିବା ପରେ ତାଙ୍କ ସୋ’ ଛାଡ଼ିବାକୁ ନେଇ ଅନେକ କଥା ସାମ୍ନାକୁ ଆସିଥିଲା । କିନ୍ତୁ ଏବେ ସଂଗ୍ରାମଙ୍କ ସୋ’ ଛାଡ଼ିବାର ପ୍ରକୃତ କାରଣ ସାମ୍ନାକୁ ଆସିଛି । ଏବେ ଏବେ ବିବାହ କରିଥିବା ସଂଗ୍ରାମ ନିଜ ସ୍ତ୍ରୀଙ୍କ ସହ ନରେଓ୍ଵରେ ରହିବା ପାଇଁ ଏହି ସୋ’ ଛାଡ଼ିଛନ୍ତି ବୋଲି ସୂଚନା ମିଳିଛି ।

N the holiday begins # new beginnings

A post shared by Sangram Singh (@sangram_singh) on

 ସୂଚନା ମୁତାବକ,ସଂଗ୍ରାମଙ୍କ ସ୍ତ୍ରୀ ନର୍‌େଓ୍ଵରେ ଜଣେ ଭ୍ୟାଟ୍‌ କନ୍‌ସଲ୍ଟଟାଣ୍ଟ ଭାବେ କାମ କରୁଥିବା ବେଳେ ସେ ମଧ୍ୟ ତାଙ୍କ ସହ ସେଇଠି ରହିବା ପାଇଁ ନିଷ୍ପତ୍ତିି ନେଇଥିବା ଖବର ମିଳିଛି । ସଂଗ୍ରାମଙ୍କ ବିବାହ ଏକ ପ୍ରସ୍ତାବିତ ବିବାହ ହୋଇଥିବା ବେଳେ ସେ ଅମ୍ରିତ୍‌ସରରେ ବିବାହ କରିଥିଲୋ ୩ ମାସ ପୂର୍ବରୁ ସେ ଗୁର୍‌କିରନ୍‌ଙ୍କୁ ବିବାହ କରିଥିବା ବେଳେ ସୁଟିଂ ସରି ନଥିବାରୁ ସେ ନର୍‌େଓ୍ଵ ଯାଇ ପାରୁ ନଥିଲେ । ପରେ ସେ ନିଜ ଅଭିନୟ ଜୀବନକୁ ଶେଷ କରି ନିଜ ଧର୍ମପତ୍ନିଙ୍କ ସହ ଯିବା ପାଇଁ ନିଷ୍ପତ୍ତିି ନେଇଥିଲେ । ଏଥି ପାଇଁ ନିଜର ସୁଟିଂକୁ ସମାପ୍ତ କରି ସେ ଏବେ ଗୁର୍‌କିରନଙ୍କ ସହ ନରେଓ୍ଵରେ ରହୁଥିବା ସୂଚନା ମିଳିଛି । ତେବେ ସଂଗ୍ରାମଙ୍କ ପରିବାର ନର୍‌େଓ୍ଵରେ ରହୁଥିବାରୁ ସେ ସେଠାକୁ ଯାଇ ପାରିବାରିକ ବ୍ୟବସାୟରେ ଯୋଗ ଦେବେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର