‘ୟେ ହୈ ମୋହବତେଁ’ ଧାରାବାହିକର ଅଭିନେତା ଦୁଃଖରେ ଭାଙ୍ଗିପଡ଼ିଲେ,ପତ୍ନୀଙ୍କ ଗର୍ଭପାତ ହେବା ପରେ ଏହି ବ୍ୟକ୍ତିଙ୍କୁ ଦେଲେ ଦୋଷ
ମୁମ୍ବାଇ : ଅନେକ ଫିଲ୍ମରେ କାମ କରିବା ପରେ ଏବେ ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ଏକତା କପୁରଙ୍କ ଲୋକପ୍ରିୟ ଧାରାବାହିକ ‘ୟେ ହୈ ମୋହବତେଁ’ରେ ଅଭିନୟ କରୁଛନ୍ତି ଅଭିନେତା ସୁମିତ୍ ସଚ୍ଦେବା । ଏହି ଧାରାବାହିକରେ ତାଙ୍କ ଚରିତ୍ରର ନାଁ ମଣି ହୋଇଥିବା ବେଳେ ଏବେ ତାଙ୍କ ବ୍ୟକ୍ତିଗତ ଜୀବନରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିବା ଜଣାପଡ଼ିଛି । ତାଙ୍କ ପତ୍ନୀଙ୍କର ଗର୍ଭପାତ ହୋଇଥିବା ଖବର ସୁମିତ୍ ନିଜେ ଟ୍ଵିଟ୍ କରି ଜଣାଇବା ପରେ ତାଙ୍କ ପ୍ରଶଂସକମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
Please sign and share my petition and help get justice ❤️. We… https://t.co/g5k3XUJoTf
— Sumeet Sachdev (@sumeetsachdev18) September 9, 2018
ସୁମିତ୍ ଏହି ଖବର ଦେବା ସହ ଏଥି ପାଇଁ ତାଙ୍କ ପତ୍ନୀଙ୍କ ଅଫିସ ବସ୍ ଦାୟୀ ବୋଲି କହିଛନ୍ତି । ସୁମିତ୍ ଏବଂ ଅମ୍ରିତା ଖୁବ୍ ଶୀଘ୍ର ମାତା-ପିତା ହେବାକୁ ଯାଉଥିଲେ। ତାଙ୍କ ସ୍ତ୍ରୀ ୫ମାସର ଗର୍ଭବତୀ ଥିବା ସହ ଗର୍ଭକାଳୀନ ଛୁଟି ନେବାର ଥିଲା । କିନ୍ତୁ ଅମ୍ରିତାଙ୍କ ବସ୍ ତାଙ୍କୁ ଛୁଟି ନ ଦେବା ସହ ଘରୁ କାମ କରିବା ପାଇଁ ମଧ୍ୟ ମନା କରି ଦେଇଥିଲେ । କିନ୍ତୁ ଅମ୍ରିତା ବାଧ୍ୟ କରିବାରୁ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଥଲା । ଯାହା ପରେ ତାଙ୍କୁ ମାନସିକ ଆଘାତ ଲାଗିବାରୁ ତାଙ୍କର ଗର୍ଭପାତ ହୋଇଥିଲା । ସୁମିତ୍ ଏହି ଖବର ଦେବା ସହ ତାଙ୍କ ପୁଅର ହତ୍ୟାକାରୀ ଅମ୍ରିତାଙ୍କ ବସ୍ ପ୍ରହ୍ଲାଦ ଆଡ଼୍ଭାନି କରିଥିବା ଅଭିଯୋଗ ଆଣିଛନ୍ତି ।