ନିର୍ବାଚନ ପାଇଁ କିଡ୍‌ନି ବିକିବାକୁ ପ୍ରସ୍ତୁତ ଅଛନ୍ତି ପ୍ରାର୍ଥୀ

ଗୌହାଟି: ନିର୍ବାଚନ ସମୟରେ ଭୋଟରଙ୍କ ମନ ଜିଣିବାପାଇଁ ପ୍ରାର୍ଥୀମାନେ ବିଭିନ୍ନ କୌଶଳ ଆପଣାଇଥାନ୍ତି। ନିଜ ଅଞ୍ଚଳର ବିକାଶ ପାଇଁ ପ୍ରତିଶ୍ରୁତିର ବନ୍ୟା ଛୁୂଟାଇଥାନ୍ତାି। ତେବେ ଏମିତି ବି ଜଣେ ପ୍ରାର୍ଥୀ ଅଛନ୍ତି ଯିଏ ନିର୍ବ‌ାଚନ ଜିତିବାପାଇଁ ନିଜ ଶରୀରର ଅଙ୍ଗ ବି ବିକି‌ଦେବାପାଇଁ ପ୍ରସ୍ତୁତ ଅଛନ୍ତି। ଆସାମ୍‌ର ମୋଦାତି ଗ୍ରାମର ସ୍ବାଧୀନ ପ୍ରାର୍ଥୀ ସୁକୁର ଅଲି କହିଛନ୍ତି, ଯଦି ଲୋକସଭା ନିର୍ବାଚନ ପାଇଁ ପାଣ୍ଠି ଅଭାବ ହୁଏ ତେବେ ସେ ନିଜ କିଡନି ବିକ‌ିଦେବେ। ୨୬ ବର୍ଷୀୟ ସୁକୁର୍‌ ପୂର୍ବରୁ ତାଙ୍କର ଏକ ଜମି ବିକି ତାଙ୍କ ଗ୍ରାମ ନିକଟସ୍ଥ ଏକ ନଦୀରେ ବାଉଁଶ ପୋଲ ନିର୍ମାଣ କରିଥିଲେ। ସେ ମଧ୍ୟ ମାଗଣାରେ ଜଣେ ନୌକାଚାଳକ ଭାବେ କାମ କରୁଥିଲେ। ଅଲି ଦାବି କରିଛନ୍ତ, ରାଜନେତାମାନେ କେବଳ ନିଜ ସ୍ବାର୍ଥ ସାଧନ ପାଇଁ ରାଜନୀତି କରୁଛନ୍ତି। କିନ୍ତୁ ବାସ୍ତବରେ ଗରିବମାନଙ୍କୁ କୌଣସି ରାଜନେତା‌ ସହଯୋଗର ହାତ ବଢ଼ାଉନାହାନ୍ତି। ସେ ପ୍ରକୃତରେ ଗରିବମାନଙ୍କ ପାଇଁ କାମ କରିବାକୁ ଚାହାନ୍ତି ଏବଂ ଯଦି ଦରକାର ପଡ଼େ ‌‌ସେ ତାଙ୍କ କିଡନି ମଧ୍ୟ ବିକିଦେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର