ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର(ଜିଏସ୍ଟି) ପରିଷଦର ଶୁକ୍ରବାର ବୈଠକରେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଜିଏସ୍ଟି ଟିଟର୍ଣ୍ଣ ଫାଇଲ କରିବାରେ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଦୀପାବଳି ପୂର୍ବରୁ ଜିଏସ୍ଟି ପରିଷଦ ବୈଠକରେ ସରକାର ସଂସ୍କାର ମୂଳକ ପଦକ୍ଷେପ ନେଇଥିବାରୁ ବ୍ୟବସାୟୀମାନଙ୍କ ମୁହଁରେ ହସ ଦେଖିବାକୁ ମିଳିଛି। ଖୁସିର କାରଣ ହେଲୋ ଯେ, ବ୍ୟବସାୟୀ ରିଟର୍ଣ୍ଣ ଫାଇଲ୍ ପ୍ରକ୍ରିୟାର ସରଳୀକରଣ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଉପସ୍ଥିତିରେ ଜିଏସ୍ଟି ପରିଷଦର ବୈଠକ ନେଇ ଜିଏସ୍ଟି ଗୋଷ୍ଠୀ ନେତୃତ୍ୱ ନେଉଥିବା ଅନ୍ୟତମ ସଦସ୍ୟ ତଥା ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଶୁକ୍ରବାର ଟୁଇଟ କରିଛନ୍ତି। ୨୨ତମ ବୈଠକରେ ଉପସ୍ଥିତ ଥିବା ମୋଦି ଟୁଇଟରେ ସେ ଲେଖିଛନ୍ତି, ଯେଉଁ ବ୍ୟବସାୟୀମାନେ ଦେଢ଼ କୋଟି ଟଙ୍କା କାରବାର କରୁଛନ୍ତି, ସେମାନେ ପ୍ରତି ମାସ ବଦଳରେ ବ୍ୟବସାୟୀ ପ୍ରତି ୩ମାସରେ ରିଟର୍ଣ୍ଣ ଦାଖଲ କରିବେ। ସେହିଭଳି ୨ଲକ୍ଷ ଟଙ୍କା କାରବାର ଯାଏଁ ପ୍ୟାନ୍ କାର୍ଡର ଆବଶ୍ୟକତା ପଡ଼ିବ ନାହିଁ ବୋଲି ମୋଦି ଟୁଇଟ କରିଛନ୍ତି।