ଆଲିଗଡ଼: ଉତ୍ତରପ୍ରଦେଶର ଆଲିଗଡ଼ର ଏକ କଲେଜରେ ଦେଖିବାକୁ ମିଳିଛି ଏ ନୂଆ ଘଟଣା। ପିଲାମାନଙ୍କୁ ପରୀକ୍ଷାରେ କପି କରିବାରୁ ରୋକିବା ପାଇଁ କଲେଜ କର୍ତ୍ତୃପକ୍ଷ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ଉତ୍ତରପ୍ରଦେଶର ଧରମ ସମାଜ ଡିଗ୍ରି କଲେଜ୍ରେ ଏପରି ନିଷ୍ପତ୍ତି ନିଆଯାଇଥିବାର ଦେଖିବାକୁ ମିଳିଛି। କଲେଜ୍ ପ୍ରଶାସନ ପକ୍ଷରୁ କଲେଜ୍ରୁ ଛାତ୍ରଛାତ୍ରୀମାନଙ୍କ ଠକାମୀ କମାଇବା ଉଦେଶ୍ୟରେ ଏପରି ଅଭିନବ ଚିନ୍ତା କରାଯାଇଛି ବୋଲି ଜାଣିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
CCTV cameras installed in men’s toilets of Dharam Samaj Degree College in #Aligarh; principal Dr Hem Prakash says, ‘CCTVs have been installed to reduce cheating. Students used to hide chits in their clothes. Their is no invasion in privacy & no need to protest’ pic.twitter.com/HawqMXNz69
— ANI UP (@ANINewsUP) May 21, 2018
ଏ ସଂପର୍କରେ ସଫେଇ ଦେଇ କଲେଜର ପ୍ରିନ୍ସିପାଲ୍ ଡକ୍ଟର ହେମ୍ ପ୍ରକାଶ କହନ୍ତି ଯେ ‘କାହାର ବ୍ୟକ୍ତିଗତତାରେ ହସ୍ତକ୍ଷେପ କରିବା ପାଇଁ ଏହି କ୍ୟାମେରା ଲଗାଯାଇ ନାହିଁ। ଛାତ୍ରମାନେ ପରୀକ୍ଷାରେ ବହୁଳ ପରିମାଣରେ କପି କରୁଛନ୍ତି। ସେମାନେ ଶୌଚାଳୟ ଯିବା ବାହାନାରେ ପରୀକ୍ଷାରେ ପଡ଼ିଥିବା ପ୍ରଶ୍ନର ଉତ୍ତରକୁ ନିଜ ପୋଷାକରେ ଲୁଚାଇ କରି ପରୀକ୍ଷା କକ୍ଷକୁ ଆଣୁଛନ୍ତି। ଏପରି ଭାବେ କପି କରି ସେମାନେ ନିଜେ ନିଜ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେଉଛନ୍ତି। ସେମାନଙ୍କ ଗୋପନୀୟତା ନୁହେଁ, ବରଂ ଭବିଷ୍ୟତ ସଂପର୍କରେ ଚିନ୍ତା କରି ଆମେ ଏପରି ନିଷ୍ପତି ନେଇଛୁ।’