ନୂଆଦିଲ୍ଲୀ: କେନ୍ଦ୍ରୀୟ ମୁମ୍ବାଇର ଏଲଫିନ୍ଷ୍ଟୋନ ରେଳଷ୍ଟେସନର ଏକ ପାଦଚଲା ପୋଲା ଉପରେ ଦଳାଚକଟା ହୋଇ ଶୁକ୍ରବାର ୨୨ ଜଣ ଯାତ୍ରୀ ପ୍ରାଣ ହରାଇବା ଘଟଣାରେ ରେଳମନ୍ତ୍ରାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ରେଳମନ୍ତ୍ରୀ ପିୟୂଷ ଗୋୟଲ ଏହି ବୈଠକର ନେତୃତ୍ୱ ନେଉଛନ୍ତି । ଚର୍ଚ୍ଚଗେଟ୍ସ୍ଥିତ ପଶ୍ଚିମ ରେଲେଓ୍ଵ ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ ।
Sambad is now on WhatsApp
Join and get latest news updates delivered to you via WhatsApp
ବିଭିନ୍ନ ଷ୍ଟେସନରେ ଚାଲିଥିବା ଢାଞ୍ଚାଗତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଏହି ବୈଠକରେ ସମୀକ୍ଷା କରାଯିବ ବୋଲି ଜଣାପଡିଛି । ରେଳବାଇର ଜଣେ ବରିଷ୍ଟ ଅଧିକାରୀ କହିଛନ୍ତି ଯେ, ଗତକାଲିର ଘଟଣା ପରେ ରେଳମନ୍ତ୍ରୀ ମାରାଥନ୍ ବୈଠକ କରି ଉଦ୍ଧାର କାର୍ଯ୍ୟର ସମୀକ୍ଷା ଓ ତଦନ୍ତ ପାଇଁ ତତ୍ପରତା ଦେଖାଇଥିଲେ । ଶନିବାର ରେଲେଓ୍ଵର ବିଭିନ୍ନ ବିଭାଗୀୟ ମୁଖ୍ୟକୁ ନେଇ ଏକ ସ୍ୱତନ୍ତ୍ର ବୈଠକ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।