ଏବେ ବି ଚାଲୁଛି ପଟିଆଲା ରାଜାଙ୍କ ୧୦୮ ବର୍ଷର ପୁରୁଣା ମନୋରେଲ

ନୂଆଦିଲ୍ଲୀ : ଚାଣକ୍ୟପୁରୀ ସ୍ଥିତ ଜାତୀୟ ରେଳ ସଂଗ୍ରହାଳୟ ପରିସର ଭାରତୀୟ ରେଳବାଇର ଐତିହ୍ୟ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଛି । ସଂଗ୍ରହାଳୟରେ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇଛି ୧୦୮ ବର୍ଷ ତଳେ ପଟିଆଲାର ମହାରାଜା ସ୍ୱର୍ଗତ ଭୂପିନ୍ଦର ସିଂହ ବ୍ୟବହାର କରୁଥିବା ମନୋରେଲ । ଏବେ ସପ୍ତାହରେ ପ୍ରତି ଗୁରୁବାର ଏହି ରେଳକୁ ପର୍ଯ୍ୟଟକଙ୍କ ପାଇଁ ଷ୍ଟାର୍ଟ କରିବାକୁ ରେଳବାଇ ନିଷ୍ପତ୍ତି ନେଇଛି । ଏହି ମନୋରେଲରେ ଷ୍ଟିମ୍ ଇଞ୍ଜିନ ଅଛି, ଯାହାକି ବିଶ୍ୱରେ ଅନନ୍ୟ । ଏହି ମନୋରେଲରେ ଯାତ୍ରା ଏକ ଅଭୁଲା ଅଭିଜ୍ଞତା ହୋଇପାରିବ । ଏଥିସହ ପର୍ଯ୍ୟଟକମାନେ ରେଳ ସଂଗ୍ରହାଳୟରେ ଅନ୍ୟାନ୍ୟ ଐତିହ୍ୟ ମଧ୍ୟ ଦେଖିପାରିବେ ।

ରେଳବାଇର ବିଭିନ୍ନ ଐତିହ୍ୟକୁ ସ୍ଥାନ ଦେଇଥିବା ଜାତୀୟ ରେଳ ସଂଗ୍ରହାଳୟ (ଏନଆରଏମ୍) ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇଛି । ୧୯୭୭  ଫେବୃଆରୀ ୧ ତାରିଖରେ ଉଦଘାଟିତ ହୋଇଥିବା ଏହି ସଂଗ୍ରହାଳୟ ଏସିଆରେ ଅନନ୍ୟ ଏବଂ ତିହାସ, ଐତିହ୍ୟ, ପ୍ରଣୟ, ଅତୀତର ସ୍ମୃତି, ଅବସର ଓ ମନୋରଞ୍ଜନର ସମାହାର । ନୂଆଦିଲ୍ଲୀ ଚାଣକ୍ୟପୁରୀ ଅଞ୍ଚଳରେ ୧୦ କିଲୋମିଟର ଅଞ୍ଚଳ ପରିବ୍ୟାପ୍ତ ଏହି ସଂଗ୍ରହାଳରେ ଏକ ଇନ୍ଡୋର ଗ୍ୟାଲେରୀ ମଧ୍ୟ ଅଛି, ଯେଉଁଥିରେ କି ରେଳବାଇର ଅତୀତର ସ୍ମୃତିକୁ ଧରି ରଖିଛି ଶତାଧିକ ଫଟୋଚିତ୍ର ଏବଂ ନଥିପତ୍ର । ଏହି ସଂଗ୍ରହାଳୟକୁ ପର୍ଯ୍ୟଟକଙ୍କୁ ରେଳବାଇର ସମୃଦ୍ଧ ଐତିହ୍ୟ ସମ୍ପର୍କରେ ସୂଚନା ଦେବା ସହ ଭାରତର ଆର୍ଥିକ ଓ ଔଦ୍ୟୋଗିକ ଅଭିବୃଦ୍ଧିରେ ଏହାର ଅବଦାନକୁ ମଧ୍ୟ ବର୍ଣ୍ଣନା କରୁଛି ।

 

 

ସମ୍ବନ୍ଧିତ ଖବର