ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍‌ରେ ୨୦୦ଆତଙ୍କବାଦୀ ନିହତ ହୋଇଥିବା ସ୍ୱୀକାର କଲେ ପାକ ସେନା ଅଧିକାରୀ,ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ପୁଲଓ୍ଵାମାରେ  ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ଏହାର ଜବାବ ଦେବାକୁ ଯାଇ ଭାରତୀୟ ବାୟୁସେନା କଡ଼ା ପଦକ୍ଷେପ ନେଇଥିଲା । ପାକିସ୍ତାନର ବାଲାକୋଟ୍‌ରେ ଥିବା ଜୈସ୍‌-ଇ-ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ ଭାରତୀୟ ସେନା ୧୦୦୦କିଲୋ ବୋମା ପକାଇ ଆକ୍ରମଣ କରିଥିବା ବେଳେ ଏହି ଆକ୍ରମଣରେ ପ୍ରାୟ ୩୦୦ଆତଙ୍କବାଦୀ ନିହତ ହୋଇଥିବା ଦାବି କରିଥିଲେ ସରକାର । ଭାରତର ଏହି ଦାବିକୁ ଗ୍ରହଣ ନ କରିବା ସହ ଭାରତ କରିଥିବା ଏୟାର ଷ୍ଟ୍ରାଇକ୍‌ରେ କେବଳ  ଜଙ୍ଗଲ ନଷ୍ଟ ହୋଇଛି ବୋଲି କହିଥିଲା ପାକିସ୍ତାନ । ଏଥିସହ କେହି ମୃତାହତ ହୋଇ ନାହାନ୍ତି ବୋଲି ପାକିସ୍ତାନ ଦାବି କରିଥିଲା । ଏବେ ଏୟାର ଷ୍ଟ୍ରାଇକ୍‌କୁ ୧୫ଦିନ ବିତି ଯାଇଥିବା ବେଳେ ପାକିସ୍ତାନର ଜନୈକ ସେନା ଅଧିକାରୀ ଭାରତର ଏୟାର ଷ୍ଟ୍ରାଇକ୍‌କୁ ସ୍ୱୀକାର କରିବା ସହ ଏହି ଆକ୍ରମଣରେ ୨୦୦ ଆତଙ୍କବାଦୀ ନିହତ ହୋଇଥିବା ବୟାନ ଦେଇଛନ୍ତି।

ଟୁଇଟ୍‌ରରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ପାକିସ୍ତାନୀ ସେନା ଅଧିକାରୀ ୨୦୦ଆତଙ୍କବାଦୀ ନିହତ ହେବା କଥା ସ୍ୱୀକାର କରୁଥିବା ଦେଖା ଯାଇଛି । ଭିଡିଓଟି ଭାଇରାଲ ହେବା ପରେ ଖବରଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଭିଡିଓରେ ପାକିସ୍ତାନୀ ସେନା ପୋଷାକ ପିନ୍ଧିଥିବା ଜଣେ ଯୁବକ ଭାରତ କରିଥିବା ଏୟାର ଷ୍ଟ୍ରାଇକ୍‌ରେ ୨୦୦ଆତଙ୍କବାଦୀ ନିହତ ହୋଇଥିବା କଥା ସ୍ୱୀକାର କରିବା ସହ ଜଣେ ଛୋଟ ପିଲାକୁ ବୁଝାଉଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର