କରୋନା ଭାଇରସ୍କୁ ହରାଇ ଉଦାହରଣ ପାଲଟିଲେ ୮୫ ବର୍ଷିଅ କର୍କଟ ରୋଗୀ
ଭୋପାଳ: ଆମେ ଆଗରୁ ଶୁଣିଛେ ଯେ କରୋନା ଭାଇରସ୍ ବୟସ୍କ ଲୋକଙ୍କୁ ବିଶେଷ ପ୍ରଭାବିତ କରିଥାଏ। ମାତ୍ର ଇନ୍ଦୋରର ଜଣେ ୮୫ ବର୍ଷିଅ କର୍କଟ ରୋଗୀ ଏହି ରୋଗକୁ ହରାଇବା ପରେ ଏହା ଏବେ ସଭିଁଙ୍କ ପାଇଁ ଉଦାହରଣ ପାଲଟିଛି। ବ୍ୟକ୍ତି ଜଣକ ନିଜେ ଜଣେ ଡାକ୍ତର। ସେ କର୍କଟ ଆକ୍ରାନ୍ତ ହେବା ସହ ରକ୍ତହୀନତାର ଶିକାର ହୋଇ ବି କରୋନାକୁ ପରାଜିତ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୨୦ ଦିନ ତଳେ ଏହି ଡକ୍ତର ଜଣକ ନିଜ ଘରେ ଖସି ପଡ଼ିଥଲେ। ତାଙ୍କ ଭାଇ ତାଙ୍କୁ ସେଠାରୁ ଉଠାଇ ଆର୍ଡି ଗର୍ଦି ମେଡିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ଏପ୍ରିଲ୍ ଦ୍ବିତୀୟ ସପ୍ତାହରେ ଏପରି ଘଟିବା ପରେ ପରେ ବ୍ୟକ୍ତି ଜଣକ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କ ନମୁନା କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା। ଯାହାବି ହେଉ, ଶେଷରେ ସେ ଏହି ମହାମାରୀ ରୋଗ ସହ ଲଢ଼େଇ କରି ତାହାକୁ ଜିଣି ପାରିଛନ୍ତି।
୬ ମାସ ତଳେ ସେ କର୍କଟ ପୀଡ଼ିତ ବୋଲି ଜଣା ପଡ଼ିଥିଲା। ତାଙ୍କ ଭିତରେ ରକ୍ତହୀନତା ଥିବା ସହ ପଡ଼ିଯାଇ ତାଙ୍କ ଗୋଡ଼ ମଧ୍ୟ ଗତ କିଛି ଦିନ ତଳେ ଭାଙ୍ଗିଥିଲା । ତାଙ୍କ ଭିତରେ ଏତେ ପ୍ରକାରର ଅସୁସ୍ଥତା ଥିବା ହେତୁ ପ୍ରଥମେ ଡାକ୍ତରମାନେ ଆଶାୟୀ ନ ଥିଲେ। ମାତ୍ର ପରେ ସୁଫଳ ମିଳିବାରୁ ସଭିଁଙ୍କ ଭିତରେ ଖୁସିର ଲହରୀ ଖେଳି ଯାଇଛି।